www.samajalive.in
Saturday, December 6, 2025
19.1 C
Bhubaneswar

ସୁବର୍ଣ୍ଣପୁରରେ ମୋଦୀ; କହିଲେ କଂଗ୍ରେସ ହଟିଲେ ଗରିବୀ ଆପେ ଆପେ ହଟିଯିବ

ସୁବର୍ଣ୍ଣପୁର: ସୁନ୍ଦରଗଡ଼ ପରେ ସୁବର୍ଣ୍ଣପୁରରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାନ ଢଙ୍ଗରେ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି। ରାଜ୍ୟରେ କେବେ କଂଗ୍ରେସ ଏବଂ କେବେ ବିଜେଡି ସରକାର ରହିଛି। କିନ୍ତୁ ଏହି ଦୁଇ ଦଳ ଗରିବୀରେ ନିଜର ରାଜନୈତିକ ଫସଲ ବିକ୍ରି କରନ୍ତି। କଂଗ୍ରେସ ସମାଜରେ ଉଚ୍ଚନୀଚ୍ଚର ବିଷ ମଞ୍ଜି ବୁଣିଛି। କଂଗ୍ରେସକୁ ହଟାଇଲେ ଗରିବୀ ଆପେ ଆପେ ହଟିଯିବ। କଂଗ୍ରେସ ନ ହଟିବା ଯାଏ ଦେଶରୁ ଗରିବୀ ହଟିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୁବର୍ଣ୍ଣପୁରରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମତ ଦେଇଛନ୍ତି।

ସମାବେଶ ଆରମ୍ଭରୁ ମୋଦୀ ଓଡ଼ିଆରେ ସମ୍ବୋଧନ ସହ ସୁବର୍ଣ୍ଣପୁରବାସୀଙ୍କୁ ଜୁହାର ବୋଲି କହିଥିଲେ। ସେ କହିଥିଲେ, ବାରାଣସୀ ଓ ସୁବର୍ଣ୍ଣପୁର ମଧ୍ୟରେ ବହୁ ସମାନତା ରହିଛି। ଉଭୟ ସହର ମନ୍ଦିରର ସହର। ଉଭୟ ସହର ପ୍ରତି ମହାପ୍ରଭୁଙ୍କ କୃପା ଅଛି।

- Advertisement -

ମୋଦୀ ଆହୁରି କହିଥିଲେ, ଆପଣମାନଙ୍କ ଆଶୀର୍ବାଦରୁ ମୋଦୀ ପ୍ରଧାନ ସେବକ ହୋଇପାରିଛି। ସାରା ଦେଶରେ ଏବେ ବିକାଶ ନଜର ଆସୁଛି। ଝାରସୁଗୁଡ଼ା ଏୟାରପୋର୍ଟ, ବିଛୁପାଲି ଷ୍ଟେସନ ବିକାଶର ସାକ୍ଷୀ। ଓଡ଼ିଶାରେ ଖଣିଜ, ଜଳ, ଜଙ୍ଗଲ ସବୁ ଅଛି। ତେବେ କେଉଁ କାରଣ ପାଇଁ ସମୃଦ୍ଧ ଓଡ଼ିଶା ପଛୁଆ ରହିଛି। ଏଠାରେ କେବେ କଂଗ୍ରେସ, କେବେ ନବୀନ ସରକାର ରହିଛି। କଂଗ୍ରେସ ଯାହା କରିଥିଲା, ଏବେ ବିଜେଡି ସରକାର ତାହା କରୁଛି।

କଂଗ୍ରେସ ନେତା ଏବେ ମଧ୍ୟବର୍ଗଙ୍କୁ ସ୍ବାର୍ଥପର କହିଲେଣି। ମଧ୍ୟବର୍ଗଙ୍କ ଉପରେ ଟିକସ ବୋଝ ବଢ଼ାଇବାକୁ କଂଗ୍ରେସ କହୁଛି। ଏଭଳି ଲୋକଙ୍କ ଅମାନତ ନିର୍ବାଚନରେ ଉଡ଼ାଇ ଦିଅନ୍ତୁ ବୋଲି ମୋଦୀ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।

ଏ ନିର୍ବାଚନ ସ୍ପଷ୍ଟ କରିବ ଚୌକିଦାର ରହିବ ନା ଭ୍ରଷ୍ଟାଚାରୀ ରହିବେ:-

ମୋଦୀ କହିଥିଲେ, ଦିଲ୍ଲୀରେ ମଜବୁର ସରକାର ପାଇଁ ମହାମିଳନ ଚାଲିଛି। ଆପଣଙ୍କୁ ମଜବୁର ସରକାର ଦରକାର ନା ମଜଭୁତ ସରକାର ଦରକାର। ଓଡ଼ିଶାରେ ବି ଏକ ମଜଭୁତ ସରକାର ଆସିବା ଦରକାର। ଏଠି ପିଇବା ପାଣି ମିଳୁଛି ନା ଚାଷ ଜମିକୁ ପାଣି ଟିକେ ମିଳୁଛି। ଏଠିକା ଯୁବକମାନଙ୍କୁ କାମଧନ୍ଦା ପାଇଁ ଦିଲ୍ଲୀ, ସୁରଟ ଯିବାକୁ ପଡୁଛି। ୧୯ ବର୍ଷ ଧରି ଯାହାକୁ ଆପଣ ବିଶ୍ଵାସ କଲେ ସେ କିଛି କଲାନି। ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ଆପଣଙ୍କୁ ସୁବିଧା ମିଳୁନାହିଁ। ଏଥର ଡବଲ ଇଞ୍ଜିନ ଲାଗିଲେ ବିକାଶର ନୂଆ ଧାରା ଲାଗିବ। ଏଠାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆପଣଙ୍କ ପାଇଁ ଜନଧନରୁ ବନଧନ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଛି। ଏ ନିର୍ବାଚନ ନୂଆ ଓଡ଼ିଶା, ନୂଆ ଭାରତ ନିର୍ମାଣ ପାଇଁ ଉଦ୍ଦିଷ୍ଟ। ଏ ନିର୍ବାଚନ ସ୍ପଷ୍ଟ କରିବ ଚୌକିଦାର ରହିବ ନା ଭ୍ରଷ୍ଟାଚାରୀ ରହିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories