www.samajalive.in
Saturday, December 6, 2025
15.1 C
Bhubaneswar

ମନରେଗାରେ ଦାଢା ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

ଭୁବନେଶ୍ୱର : ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଭୁବନେଶ୍ୱର ବ୍ଲକ ଦାଢା ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରାଯାଇଛି। କରୋନା ମହାମାରୀ ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦାଢା ଗ୍ରାମ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ରାସ୍ତା ନିର୍ମାଣ, ପୋଖରୀ ଖନନ, ଖେଳ ପଡ଼ିଆର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ।
ଏହି କାମ ଗୁଡିକ ମଧ୍ୟରେ ରହିଛି ମରିଚିଆ ଶ୍ମଶାନ ରାସ୍ତା, କେନ୍ଦୁପାଟଣା ଗ୍ରାମ୍ୟ ପୋଖରୀ ଖନନ, କେନ୍ଦୁପାଟଣା ଗ୍ରାମ୍ୟ ପୋଖରୀଠାରୁ କେନାଲ ଗାଧୁଆ ତୁଠ ପର୍ଯ୍ୟନ୍ତ ନୂତନ ମାଟି ରାସ୍ତା ନିର୍ମାଣ, କେନ୍ଦୁପାଟଣା ଗ୍ରାମ୍ୟ ଖେଳ ପଡ଼ିଆର ଉନ୍ନତି କରଣ କାର୍ଯ୍ୟ ଏବଂ ବର୍ତମାନ କଣ୍ଟୁଣିଆ ଗ୍ରାମର ଖେଳ ପଡ଼ିଆର ଉନ୍ନତି କରଣ କାର୍ଯ୍ୟ ଚାଲୁ ରହିଛି।
ସୂଚନା ଅନୁଯାୟୀ, ସରକାର ଜବକାର୍ଡ ଧାରୀଙ୍କୁ ୨୦୭ ଟଙ୍କା ଦୈନିକ ମଜୁରୀ  ଦେଉଛନ୍ତି। ଏହି ଟଙ୍କା ସପ୍ତାହକୁ ଥରେ ଜବକାର୍ଡ ଧାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି।
ଏହି କାମରେ ଦାଢା ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ) ସୁନାକର ଜେନା ପ୍ରତି ଗାଁରେ ଜବ୍ କାର୍ଡଧାରୀଙ୍କୁ ବୁଝାଇ କର୍ମରେ ନିୟୋଜିତ କରାଉଛନ୍ତି। ସର୍ବଦା ଉପସ୍ଥିତ ରହି ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବାରେ ସହଯୋଗ କରୁଛନ୍ତି।
ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପଞ୍ଚାୟତବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଂସଶାର ପାତ୍ର ହୋଇପାରିଛନ୍ତି। ଦାଢା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୁସୁମ ମଞ୍ଜରୀ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ଚାଲିଛି। କଣ୍ଟୁଣିଆ ଗ୍ରାମର କିଛ ଆଗୁଆ ବ୍ୟକ୍ତି ପଙ୍କଜ ରାଉତ, ବୁଲବୁଲ ପରିଡା, ନୃଂଶିହନାଥ ପରିଡା, ବିପିନ କୁମାର ସାସମଲ ଏବଂ ଦାଢା ଗ୍ରାମ ପଞ୍ଚାୟତର ଅଫିସ ସହାୟକ ଗଗନ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories