www.samajalive.in
Sunday, December 14, 2025
17.1 C
Bhubaneswar

କରୋନା ମହାମାରୀକୁ ରୋକିବା ପାଇଁ ନରବଳି, ହତ୍ୟା ସନ୍ଦେହ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମ ମୁଣ୍ଡରେ ଥିବା ମା ବ୍ରାହ୍ମଣିଦେଇ ମନ୍ଦିରର ତଳେ ରହିଥିବା ବିଶ୍ରାମଗାରରେ  ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । କରୋନା ମହାମାରୀ ଦୂର କରିବା ପାଇଁ ଜଣେ ୫୫ ବର୍ଷ ବୟଷ୍କ ବ୍ୟକ୍ତିଙ୍କୁ ନରବଳି ଦିଆଯାଇଥିବା ମନ୍ଦିରର ପୁଜକ ସ୍ବୀକାର କରିଛନ୍ତି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ବ୍ରାହ୍ମଣିଦେଇ ମନ୍ଦିରର ପୁଜକ ଏହି କାଣ୍ଡ ଘଟାଇ ନରସିଂହପୁର ଥାନାରେ ପହଞ୍ଚି କହିଛନ୍ତି ଯେ ୪ ଦିନ ତଳେ ମା’ ମଙ୍ଗଳାଙ୍କ ସ୍ୱପ୍ନାଦେଶ ହୋଇଥିଲା । କରୋନା ମହାମାରୀକୁ ଦୂର କରିବା ପାଇଁ ନରବଳୀ ପ୍ରଦାନ କଲେ ଏ ଅଞ୍ଚଳ କରୋନା ମୁକ୍ତ ହୋଇପାରିବ । ଏଣୁ ମୁଁ ନରବଳୀ ଦେଇଛି ବୋଲି କହି ସେହି ସ୍ଥାନରେ ଅଚେତ ହୋଇପଡିଥିଲେ । ପୁଜକଙ୍କ ଗୋଡ ହାତ ଓ ମୁଣ୍ଡରେ ରକ୍ତର ଛାପ ଲାଗିଥିଲା । ତେବେ ବନ୍ଧହୁଡା ଗ୍ରାମର ସରୋଜ ପ୍ରଧାନ (୫୫)କୁ ପୁଜକ ସଂସାରି ଓଝା (୭୨) ନରବଳୀ ଦେଇଥିବା କୁହାଯାଉଛି । ମାତ୍ର ସ୍ଥାନୀୟ ଗ୍ରାମ ବାସୀଙ୍କ ଠାରୁ ଜଣାପଡିଛି ଯେ ସରୋଜ ଓ ପୁଜକ ମଧ୍ୟରେ  ବିଭିନ୍ନ ଘଟଣାକୁ ନେଇ ବହୁବାର କଳି ଝଗଡା ହୋଇଥାଏ । ପୁଜକଙ୍କୁ ସରୋଜ ବହୁ ସମୟରେ ହଇରାଣ କରିଥାନ୍ତି । ତେଣୁ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

- Advertisement -

ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ବିଳମ୍ବିତ ରାତ୍ରିରେ ପହଞ୍ଚି ଘଟଣାର ତଦନ୍ତ ପରେ କଟକରୁ ଫୋରେନସିକ ଟିମକୁ ଘଟଣାସ୍ଥଳକୁ ଡକାଇଥିଲେ । ଘଟଣା ସ୍ଥଳରେ ଗୁରୁବାର ସକାଳୁ ଫୋରେନସିକ ଟିମ୍ ନରସିଂହପୁର ଏକଜୁକୁଟିଭ୍‍ ମାଜିଷ୍ଟ୍ରେଟ୍‍ ଆକାଶ ରଞ୍ଜନ ସାହୁ ପହଁଞ୍ଚି  ଘରର ତାଲା ଖୋଲିଥିଲେ ।  ସେହି କୋଠରୀରେ ଦିଗଡ ହୋଇ ପଡିଥିବା ସରୋଜଙ୍କୁ ବିଭିନ୍ନ ତଦନ୍ତ ଓ ପରୀକ୍ଷା ନିରୀକ୍ଷା ପରେ ଥାନା ପକ୍ଷରୁ ମାମଲା ରୁଜ୍ଜୁ କରାଯାଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବଡମ୍ବା ପଠାଇ ଦିଆଯାଇଛି । କଟକ ଗ୍ରାମାଞ୍ଚଳ ଏସପି ମଧ୍ୟ ଘଟଣାସ୍ତଳରେ ପହଞ୍ଚିଛନ୍ତି।

ପୁଜକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ଲେଙ୍କା  ସୁଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories