www.samajalive.in
Saturday, December 6, 2025
23.1 C
Bhubaneswar

ସଫଳ ହେଲା ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ: ଉଦ୍ଧାର ହେଲେ ପରିଜା ଲାଇବ୍ରେରୀ ଛାତ ଉପରେ ଚଢିଥିବା ବ୍ୟକ୍ତି

ଭୁବନେଶ୍ୱର: ପ୍ରାୟ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ବାଣୀବିହାର(ଉତ୍କଳ ବିଶ୍ୱ ବିଦ୍ୟାଳୟ)ପରିଜା ଲାଇବ୍ରେରୀ ଛାତ ଉପରେ ଚଢିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ବୁଣ୍ଟୋ ସ୍କାଏ ଲିଫ୍ଟ ଜରିଆରେ ଅଗ୍ନିଶମ କର୍ମଚାରୀ ଛାତ ନିକଟକୁ ଯାଇ ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇ ଆଣିଛନ୍ତି। ବ୍ୟକ୍ତିଙ୍କ ନାମ ସୁବୋଧ ବାରିକ୍‍ ଓରଫ୍‍ ତପନ ଏବଂ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ପୋଷ୍ଟ ମାଷ୍ଟର ଚାକିରୀ କରିଥିଲେ। ଚାକିରୀରୁ ଛଟେଇ ପରେ ମାନସିକ ଅବସ୍ଥା ଭଲ ନ ଥିବାରୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।
ସୂଚନାଯୋଗ୍ୟ, ସକାଳ ପ୍ରାୟ ୯ଟା ସମୟରେ ତପନ ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟାର ଧମକ ଦେଉଥିଲେ। ଏହାପରେ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା। ଉଦ୍ଧାରକାର୍ଯ୍ୟରେ ମନସ୍ତତ୍ତ୍ବବିତଙ୍କ ସହାୟତା ମଧ୍ୟ ନିଆଯାଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories