www.samajalive.in
Saturday, December 6, 2025
17.1 C
Bhubaneswar

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତର ଦିରିବ ଗ୍ରାମ ପୋଖରୀରେ ଭାସୁଥିବା ଜଣେ ବୃଦ୍ଧଙ୍କ ମୃତଦେହକୁ ଶୁକ୍ରବାର ସକାଳୁ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ମୃତକ ଜଣକ ସେହି ଗ୍ରାମର ଅରଥୁ ମହାନ୍ତ(୭୦) ବୋଲି ଜଣାପଡିଛି। ବୃଦ୍ଧ ଜଣକ ଗୁରୁବାର ଦିନ ପ୍ରାୟ ୩ଟାରେ ପୋଷି ଥିବା ମଇଁଷି ଗୁଡିକୁ ନିଜ ବିଲପାଖ ପୋଖରୀ ପାଣିରେ ଗାଧୋଇବାକୁ ନେଇଥିଲେ। ଗାଧୋଇବାକୁ ନେଇ ଥିବା ମଇଁଷିଗୁଡିକ ନିକଟରେ ଥିବା ଧାନ ଫସଲ ଖାଇବାରୁ ମୃତକର ନାତି ଆସି ମଇଁଷିକୁ ଘରକୁ ନେଇ ଯାଇଥିଲା। ଏହା ସହ ବୃଦ୍ଧଙ୍କ ସନ୍ଧାନ ନ ମିଳିବାରୁ ପୋଖରୀରେ ବୃଦ୍ଧଙ୍କ ପିନ୍ଧା ଗାମୁଛା ପାଣିରେ ଭାସୁଥିବା ଦେଖି ପୋଖରୀ ଭିତରେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ। ଆଜି ସକାଳୁ ପୋଖରୀ ପାଣିରେ ମୃତଦେହ ଭାସୁଥିବାର ଦେଖିବାକୁ ପାଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories