www.samajalive.in
Saturday, December 6, 2025
16.1 C
Bhubaneswar

ଚଳନ୍ତା ଟ୍ରେନରୁ ସ୍ତ୍ରୀଙ୍କୁ ଠେଲିଦେଲେ ସ୍ବାମୀ

ଚଳନ୍ତା ଟ୍ରେନରୁ ନିଜ ସ୍ତ୍ରୀଙ୍କୁ ଠେଲିଦେଲେ ସ୍ବାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ମୁମ୍ବଇରେ। ମୁମ୍ବଇର ଏକ ଲୋକାନ ଟ୍ରେନରେ ଯାତ୍ରା ସମୟରେ ଗୋବଣ୍ଡି ଏବଂ ଚେମ୍ବୁର ଷ୍ଟେଶନ ମଧ୍ୟରେ ଏହି ଘଟଣା ଘଟିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ସ୍ବାମୀକୁ ଗିରଫ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ମାନଖୁର୍ଦ ଅଞ୍ଚଳରେ ରହୁଥିବା ୩୧ ବର୍ଷୀୟ ଅଭିଯୁକ୍ତ ଏବଂ ତା’ର ୨୬ ବର୍ଷୀୟା ସ୍ତ୍ରୀ ଶ୍ରମିକ ଭାବେ କାମ କରୁଥିଲେ। ଦୁଇମାସ ତଳେ ଉଭୟଙ୍କ ବିବାହ ହୋଇଥିଲା। ମହିଳାଙ୍କର ଏହା ଦ୍ବିତୀୟ ବିବାହ ଥିଲା ବେଳେ ପ୍ରଥମ ବିବାହରେ ତାଙ୍କର ଏକ କନ୍ୟା ସନ୍ତାନ ଥିଲା। ଘଟଣା ସମୟରେ ତାଙ୍କର ୭ବର୍ଷୀୟା ଝିଅ ବି ଟ୍ରେନରେ ଯାତ୍ରା କରୁଥିଲା।

- Advertisement -

ମହିଳା ଜଣକ ଟ୍ରେନରେ ଯାତ୍ରା କରୁଥିବାବେଳେ ବଗିର ଦ୍ବାର ନିକଟରେ ଛିଡ଼ା ହୋଇ ବାହାରକୁ ଚାହିଁଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଆସି ତାଙ୍କୁ ପ୍ରଥମେ ଧରିଥିଲେ ଏବଂ ପରେ ଛାଡ଼ି ଦେଇଥିଲେ। ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ଟ୍ରେନ ଲାଇନରେ ପଡ଼ିଯାଇଥିଲେ। ଅନ୍ୟ ଜଣେ ମହିଳା ଏହା ଦେଖିନେଇଥିଲେ। ଟ୍ରେନ ଗୋବଣ୍ଡି ଷ୍ଟେଶନରେ ଅଟକିବା ପରେ ସମ୍ପୃକ୍ତ ମହିଳା ଜଣକ ଜିଆରପିକୁ ଏ ବିଷୟରେ ଜଣାଇଥିଲେ।

ତୁରନ୍ତ ଜିଆରପି ଅଭିଯୁକ୍ତକୁ ଧରି ଘଟଣାସ୍ଥଳକୁ ନେଇଥିଲା। ସେଠାରେ ପୀଡ଼ିତା ମହିଳା ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହିତ ୭ ବର୍ଷୀୟ ଝିଅକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories