www.samajalive.in
Monday, December 8, 2025
13.1 C
Bhubaneswar

ହରଭଙ୍ଗା ପ୍ୟାକ୍ସରେ ଧାନକ୍ରୟ ସ୍କ୍ୱାର୍ଡ ଟିମ୍‌ର ଚଢାଉ, ୨୮୦ ବସ୍ତା ଧାନ ଜବତ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ପ୍ୟାକ୍ସରେ ବୁଧୁବାର ବୌଦ୍ଧ ଧାନକ୍ରୟ କମିଟିର ଦୁଇଜଣିଆ ସ୍କ୍ୱାର୍ଡ ଟିମ ଅଚାନକ ଚଢଉକରି ୨୮୦ବସ୍ତା ଧାନ ଜବତ କରିଥିବା ଜଣାପଡିଛି। ଏହି ଘଟଣାରୁ ମଣ୍ଡିରେ ଚାଲିଥିବା ଦଲାଲି ରାଜର ଖୁଲାସା ହେବା ସହିତ ଧାନକିଣାରେ ସ୍ୱଚ୍ଛତାକୁ ମଧ୍ୟ ପଦାରେ ପକାଇଛି। ସୂଚନା ଅନୁଯାୟୀ ହରଭଙ୍ଗା ପ୍ୟାକ୍ସରେ ସପ୍ତାହର ପ୍ରତି ଶୁକ୍ରବାର ଧାନକ୍ରୟ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ମାତ୍ର ଗତ ସୋମବାର ଠାରୁ ପ୍ୟାକ୍ସ ପରିସରରେ ପ୍ୟାକ୍ସ ଅଧିକାରୀଙ୍କ ଅଜାଣତରେ ଧାନ ପିଣ୍ଡିରେ ୪ଟି ଗଦାରେ ୨୮୦ ବସ୍ତା ଧାନଗଦା ମାରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଧାନକିଣାର ଗୋଟିଏ ଦିନ ପୂର୍ବରୁ ଚାଷୀଙ୍କୁ ଧାନବିକ୍ରୀ ପାଇଁ ପ୍ୟାକ୍ସରୁ ଟୋକନ ପ୍ରଦାନ କରାଯାଉଥିବାବେଳେ ୪ଦିନ ପୂର୍ବରୁ ମଣ୍ଡିରେ ଧାନଗଦା କରିବାକୁ ନେଇ ମଣ୍ଡିରେ ଚାଲିଥିବା ଦଲାଲରାଜର ସ୍ପଷ୍ଟ ପ୍ରମାଣ ମିଳିଥିଲା।

 

- Advertisement -

ନିର୍ଭରଯୋଗ୍ୟ ସୁତ୍ରରୁ ଧାନକ୍ରୟ କମଟିର ଚେୟାରମ୍ୟାନ ବୌଦ୍ଧ ଉପ ଜିଲାପାଳ ଅଶ୍ୱିନୀ ମେହେର ସୂଚନା ପାଇ ଚଢଉ ପାଇଁ ନିର୍ଦେଶ ଦେଇଥିଲେ। ତାଙ୍କ ନିର୍ଦେଶକ୍ରମେ ବୌଦ୍ଧ ସମବାୟ ସମିତି ସହକାରୀ ନିବନ୍ଧକ ଭୀମସେନ ସାହୁ ,ବୌଦ୍ଧ ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଦୁଇ ଜଣିଆ ସ୍କ୍ୱାର୍ଡ ଟିମ୍ ଅଚାନକ ହରଭଙ୍ଗା ପ୍ୟାକ୍ସରେ ଚଢଉ କରିଥିଲେ। ହରଭଙ୍ଗା ପ୍ୟାକ୍ସରେ ଗଦା ହୋଇଥିବା ଧାନବସ୍ତା ସଂର୍ପକରେ ପଚରାଉଚରା ବେଳେ କେତେଜଣ ଚାଷୀ ଗୁରୁବାର ସଂକ୍ରାନ୍ତି ଥିବାରୁ ବୁଧୁବାର ଧାନ ଆଣି ଗଦା କରିଥିବା କହିଥିଲେ। ମାତ୍ର ଅନ୍ୟ ୪ଟି ଗଦାରେ ଥାକ ମରାଯାଇଥିବା ୨୮୦ବସ୍ତା ଧାନର କୌଣସି ସୂଚନା ପାଇପାରିନଥିଲେ।
ଏ ସଂର୍ପକରେ ପ୍ୟାକ୍ସ ଅଧିକାରୀ ଓ ପିଅନ ମଧ୍ୟ ଜାଣିନଥିବା କହିବାରୁ ସ୍କାର୍ଡ ଟିମ ଦ୍ୱାରା ସମସ୍ତ ଧାନବସ୍ତାଗୁଡିକୁ ଜବତ କରାଯାଇଥିବା ବୌଦ୍ଧ ଏସ.ସି.ଏସ.ଓ ବିଷ୍ଣୁ ଚରଣ ପ୍ରଧାନ କହିଛନ୍ତି। ୪ ଘଣ୍ଟା ପରେ ବି ଏ ବାବଦରେ କୌଣସି ଚାଷୀଙ୍କ ପରିଚୟ ନମିଳିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ବୌଦ୍ଧ ଏସଆରସି ଭୀମସେନ ସାହୁ ଧାନବିକ୍ରିର ଗୋଟିଏ ଦିନ ପୂର୍ବରୁ ଟୋକନ ପାଉଥିବା ଚାଷୀ କେବଳ ମଣ୍ଡିରେ ଧାନଗଦା କରିବା ପାଇଁ ନିର୍ଦେଶ ଦେଇଛନ୍ତି। ନଚେତ୍ ଏଭଳି ଅନିୟମିତତା ଦୃଷ୍ଟିକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରିଛନ୍ତି। ଏ ସଂର୍ପକରେ ପ୍ୟାକ୍ସ ଅଧିକାରୀ ସଂଜୟ ଗାଈଗୌରୀଆଙ୍କୁ ପଚାରିବାରୁ ଗଦା ହୋଇଥିବା ୨୮୦ବସ୍ତା ଧାନ ସଂର୍ପକରେ ଆମ ପ୍ୟାକ୍ସର କୌଣସି କର୍ମଚାରୀଙ୍କ ପାଖରେ ଖବର ନଥିବାରୁ ଧାନ ଜବତ କରାଯାଇଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories