www.samajalive.in
Friday, December 12, 2025
27.1 C
Bhubaneswar

ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ : ବାଦାମ କ୍ଷୀର

ମାନସିକ ଦୁଶ୍ଚିନ୍ତା, ଦୁଃଖ, ରକ୍ତ ଚାପ, ଜ୍ୱର ଆଦି ବିଭିନ୍ନ କାରଣରୁ ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଛଡ଼ା ମାଇଗ୍ରେନ କାରଣରୁ ମଧ୍ୟ ମୁଣ୍ଡ ବିନ୍ଧିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଔଷଧ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। କିଛି ଏପରି ଖାଦ୍ୟଦ୍ରବ୍ୟ ରହିଛି ଯାହାକୁ ସେବନ କରିବା ଦ୍ୱାରା ଆମେ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ରକ୍ଷା ପାଇପାରିବା।
ଅଦା ଚା’ –
ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସଠିକ ଭାବେ ହେଲେ ମୁଣ୍ଡ ବିନ୍ଧା ହୋଇନଥାଏ। ଅଦାରେ ଆଣ୍ଟି- ଇନଫ୍ଲେମେଟରୀ ଗୁଣ ରହିଛି। ଯାହା ଫଳରେ ଅଦା ଚା’ ପିଇବା ଦ୍ୱାରା ଏହି ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳେ।
ବାଦାମ କ୍ଷୀର –
ବାଦାମରେ ମାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଯାହା ଯେକୌଣସି ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। କ୍ଷୀର ସହ ବାଦାମ ମିଶାଇ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।
ମାଛ ତେଲ –
ମାଛ ତେଲରେ ଓମେଗା- ୩,ଫେଟି ଏସିଡ଼ ଆଦି ରହିଛି। ଯାହା ରକ୍ତ ପ୍ରବାହ ସୂଚାରୁ ରୂପେ କରିଥାଏ। ରକ୍ତ ଚାପ ନିୟନ୍ତ୍ରଣ କରିଥାଏ। ତେଣୁ ମାଛ ତେଲ କିମ୍ବା ମାଛ ଚର୍ବି ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ।
ଗରମ ପାଣି ଓ ଲେମ୍ବୁ –
ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ମୁଣ୍ଡ ବିନ୍ଧା ଯନ୍ତ୍ରଣାକୁ କମ କରିଥାଏ ଓ ସତେଜ ମଧ୍ୟ ଅନୁଭବ ହୋଇଥାଏ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories