www.samajalive.in
Monday, December 15, 2025
17.1 C
Bhubaneswar

ପ୍ରେମିକାର ପତି ହାତରେ ଗଲା ପ୍ରେମିକ ପ୍ରାଣ; ରାସ୍ତା କଡ଼ରେ ଶବ ଫିଙ୍ଗି ଅଭିଯୁକ୍ତ ଫେରାର

ପ୍ରେମିକା ବିବାହ କରି ସାରିଥିଲା । ଏହା ସତ୍ବେ ପ୍ରେମିକ ତାକୁ ଭେଟିବାକୁ ବାରମ୍ବାର ଯାଉଥିଲା । ମାତ୍ର ଶେଷରେ ଯେତେବେଳେ ପ୍ରେମିକାର ପତି ଘଟଣା ଜାଣିଲା ସେତେବେଳେ ପ୍ରେମିକକୁ ପିଟିପିଟି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଲା ଶବ ।

ଘଟଣା ଘଟିଛି ବହରାଇଚ ଅଞ୍ଚଳର ରିସିଆମୋଡ଼ ଥାନାର କମଳାଜୋତ ଗାଁରେ । ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି ଓ ହତ୍ୟା ମାମଲା ରୁଜୁ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମଳାଜୋତ ଗାଁର ତିୱାରୀ ସୋନିଙ୍କ ପତ୍ନୀଙ୍କ ସହ ସେହି ଗାଁର ସକିରେ ନାମକ ଜଣେ ଯୁବକର ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ମିଳାମିଶା ସମ୍ପର୍କରେ ଅନେକ ଫୁସୁରୁଫାସର ହୁଅନ୍ତି । ମାତ୍ର କେବେହେଲେ ସେମାନଙ୍କୁ ଏକତ୍ର ଦେଖା ଯାଇ ନ ଥିଲା । ତିୱାରୀ ସୋନିଙ୍କ ପରିବାରର ଘରର ଲୋକମାନେ ଏକ ବିବାହ ଉତ୍ସବରେ ବାହାରକୁ ଯାଇଥିବା ଖବର ପାଇ ମାତ୍ର ମଙ୍ଗଳବାର ରାତିରେ ସକିରେ ନିଜ ପ୍ରେମିକାକୁ ଭେଟିବାକୁ ତା ଘରକୁ ଯାଇଥିଲେ । ଏହାକୁ ଗାଁର କିଛି ଲୋକ ଦେଖି ତିୱାରୀ ସୋନିକୁ ଖବର ଦେଇଥିଲେ । ଖବର ପାଇ ତିୱାରୀ ପଡ଼ୋଶୀଙ୍କୁ ଧରି ଘରେ ପହଞ୍ଚିଥିଲା । ସେହି ସମୟରେ ତାର ପତ୍ନୀ ଓ ସକିରେ ଗୋଟିଏ କୋଠରୀରେ କଥାବାର୍ତା କରୁଥିବା ଦେଖିଥିଲା ।

- Advertisement -

ଏହା ଦେଖି ତିୱାରୀ ସୋନିର ରାଗ ପଞ୍ଚମକୁ ଉଠି ଯାଇଥିଲା । ସେ ସକିରେକୁ ପିଟିବାକୁ ଆରମ୍ଭ କଲା । ତିୱାରୀ ସହ ଅନ୍ୟମାନେ ମଧ୍ୟ ଲାଠିରେ ସକିରେକୁ ପିଟିବା ଆରମ୍ଭ କରିଥିଲେ । ଏହି ସମୟରେ ତିୱାରୀ ଏକ ମାରଣାସ୍ତ୍ରରେ ସକିରେକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡ଼ିଥିଲା । ଏହାପରେ ଘରୁ ଟେକିଆଣି ରାସ୍ତା କଡ଼ରେ ଫିଙ୍ଗି ପିଟିବାରେ ଲାଗିଥିଲେ ପଡ଼ୋଶୀମାନେ । ଏହାପରେ ସେମାନେ ଫେରାର ହୋଇ ଯାଇଥିଲେ । ଖବରପାଇ ପୁଲିସ ପହଞ୍ଚିବା ବେଳକୁ ସକିରେର ମୃତ୍ୟୁ ହୋଇ ସାରିଥିଲା । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories