ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଲାରିପେଣ୍ଠ ଗାଁ ଜଙ୍ଗଲ ପରିସରରୁ ଏକ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ଜାଲାରିପେଣ୍ଠ ଗାଁର ବି.ରାଙ୍ଗାରାଓ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମୃତକ ରାଙ୍ଗାରାଓ ବେରୋଜଗାରିଆ ରହିଥିବା ସହ ଅନେକ ବାକି କରିଥିଲେ। ଏବଂ ଅନେକ ସମୟରେ ମାନସିକ ଅବସାଦରେ ରହି ଆସୁଥିଲେ। ଆଜି ସକାଳ ସାଢେ଼ ୯ ଟା ବେଳେ ରାଙ୍ଗାରାଓଙ୍କୁ ଦଉଡ଼ିରେ ଏକ ଗଛରେ ଝୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରିଥିଲା। ଜବତ ମୃତଦେହକୁ ବ୍ୟବଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ତଦନ୍ତ ଚଳାଇଛି ପୁଲିସ ।
Comments are closed.