www.samajalive.in
Sunday, December 14, 2025
14.1 C
Bhubaneswar

ଛୁଆକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା: ଛୁଆ ଉଦ୍ଧାର, ବାପା ନିଖୋଜ

କଟକ: ୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା। ସଦର ଥାନା ସଇଁଦା ନିକଟ ସିଢୁଆ ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବାପା ଛୁଆକୁ ଧରି ଡେଇଁଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ବାରା ଛୁଆକୁ ଉଦ୍ଧାର କରାଯାଇଛି। ଛୁଆକୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବାପାର ପତ୍ତା ମିଳୁନାହିଁ। ଅଗ୍ନିଶମ ବାହିନୀ ଦ୍ବାରା ଖୋଜାଖୋଜି ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ମନୋମାଳିନ୍ୟ ହୋଇଥିଲା। ଆଜି ମନ୍ଦିର ବୁଲାଇ ନେବା ବାହାନାରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଓ ୯ ମାସର ଝିଅକୁ ଧରି ଘରୁ ବାହାରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କ’ଣ ହେଲା ଓ ସେମାନେ କାହିଁକି ନଦୀବନ୍ଧ ନିକଟକୁ ଆସିଲେ ତାହା ଜଣାପଡ଼ିନାହିଁ। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ଛୁଆଟିକୁ ଧରି ନଦୀ ଆଡ଼କୁ ଯାଉଥିବା ବେଳେ ତାଙ୍କ ସ୍ତ୍ରୀ ବାଧା ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ପଥରରେ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବାକୁ ପ୍ରୟାସ କରିବା ସହିତ ନଦୀକୁ ଡେଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ୯ ମାସର ଛୁଆକୁ ଉଦ୍ଧାର କରିଥିଲେ। ଛୁଆଟିକୁ ନଦୀରୁ ଉଦ୍ଧାର କରି ସେମାନେ ମା’ ସହିତ ଡାକ୍ତରଖାନାକୁ ନେଇଥିଲେ। ଛୁଆଟିର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ସ୍ବାମୀଙ୍କୁ ଖୋଜା ଜାରି ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories