www.samajalive.in
Sunday, December 14, 2025
23.1 C
Bhubaneswar

ଅନ୍ଧାରରେ ଦାନିକାପେଲ ଗାଁ

ଲାଞ୍ଜିଗଡ଼: ସରକାର ଗାଁଠାରୁ ସହର ପର୍ଯ୍ୟନ୍ତ ଘରକୁ ଘର ବିଦ୍ୟୁତ ସଂଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ। ଗାଁକୁ ବିଦ୍ୟୁତ ଆସିଲା, ଗ୍ରାମବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳି ଯାଇଥିଲା। ହେଲେ ବିଦ୍ୟୁତ ସଂଯୋଗ ମାତ୍ର ଦୁଇ ବର୍ଷ ଉପଭୋଗ କରିବା ପରେ ସୁଲିମରୁ ଦାନିକାପେଲ ମଧ୍ୟରେ ଏକ ଗଛପଡ଼ି ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ବିଛିନ୍ନ ହୋଇପଡ଼ିଛି। ହେଲେ ଏବେ ଯାଏଁ ପଡ଼ିଥିବା ବିଦ୍ୟୁତ ଖୁଣ୍ଟକୁ ନା ଉଠାଯାଇଛି ନା ଛିଣ୍ଡିଥିବା ତାରକୁ ସଂଯୋଗ କରାଯାଇଛି। ତାର ଛିଣ୍ଡି ୬ ବର୍ଷ ହେଲା ଗାଁକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି, ହେଲେ ବିଦ୍ୟୁତ ଉପଭୋକ୍ତାଙ୍କ ନାମରେ ହଜାର ହଜାର ଟଙ୍କା ବିଲ୍ ଆସୁଥିବା ଅଭିଯୋଗ ହୋଇଛି। ଏହିପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଡ଼ାଗାଁ ଗ୍ରାମପଞ୍ଚାୟତର ଉପାନ୍ତ ଅଞ୍ଚଳ ଦାନିକାପେଲ ଗାଁରୁ।

ସୂଚନା ମୁତାବକ, ଏହି ଗାଁରେ ୧୧ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ହାରାହାରି ଷାଠିଏ ବର୍ଷ ଧରି ବସବାସ କରି ଆସୁଥିବା ବେଳେ ମାତ୍ର ୫ ଘରକୁ ବିଦ୍ୟୁତ ସଂଯୋଗ ହୋଇଛି। ହେଲେ ଉକ୍ତ ୫ ଘରରେ ବିଦ୍ୟୁତ ସଂଯୋଗ ହୋଇଥିବାବେଳେ ବିଦ୍ୟୁତ ସଂଯୋଗର ମାତ୍ର ଦୁଇ ବର୍ଷ ଉପଭୋକ୍ତାମାନେ ଉପଭୋଗ କଲାପରେ ବିଦ୍ୟୁତ ବିଛିନ୍ନ ହୋଇ ଆଜକୁ ଛଅ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ବିଦ୍ୟୁତ ସଂଯୋଗ ହୋଇନାହିଁ, କିନ୍ତୁ ପାଞ୍ଚ ଘର ପାଇଁ ୮୩୯୮୬ ଟଙ୍କା ବିଲ୍ ଆସିଥିବାରୁ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଦୁଇ ବର୍ଷ ବିଦ୍ୟୁତ ବ୍ୟବହାରର ପାଞ୍ଚ ଘରକୁ କିପରି ୮୩୯୮୬ ଟଙ୍କା ବିଲ ଆସିଲା ଏନେଇ ବଡ଼ ପ୍ରଶ୍ନ ଉଠିଛି। ବିଛିନ୍ନ ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଏବେ ଯାଏଁ ବିଦ୍ୟୁତ ବିଭାଗର ନିଘା ନାହିଁ, ଯାହା ଫଳରେ ୬ ବର୍ଷ ଧରି ଅନ୍ଧାରରେ ଜୀବନ ବିତାଉଛନ୍ତି ୧୧ଟି ପରିବାର। ଏପଟେ ସନ୍ଧ୍ୟା ହେଲେ ହାତୀର କୋକୁଆ ଭୟରେ ଥରୁଛି ଗାଁ । ଏହି ଗାଁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଗାଁ ଦେଇ ଅନେକ ସମୟରେ ହାତୀ ପଲ ଯିବା ଆସିବା କରିଥା’ନ୍ତି। ଯେତେବେଳେ ଗାଁକୁ ହାତୀ ପଲ ଆସିବା ଜାଣନ୍ତି ସେତେବେଳୁ ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଉଜ୍ୱଳ କରି ଜଗି ବସିବାକୁ ପଡିଥାଏ। ଗାଁରେ ବିଦ୍ୟୁତ ନଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡ଼ୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେଣୁ ଯଥା ସମ୍ଭବ ଏହାର ସଠିକ ତଦନ୍ତ କରି ଦାନିକାପେଲ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଉ ବୋଲି ଲକ୍ଷ୍ମଣ ମାଝୀ, କ୍ରିଷ୍ଣା ମାଝୀ, କାଳିଆ ମାଝୀ, ରିଗେ ମାଝୀ, ଟିଙ୍ଗୁ ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ସମାଧାନ ନ କଲେ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories