www.samajalive.in
Monday, December 15, 2025
26.1 C
Bhubaneswar

ଅଙ୍ଗଦାନ କରି ଅମର ହେଲେ ବୀରେନ୍ଦ୍ର: ବଞ୍ଚାଇଲେ ଦୁଇ ଜୀବନ

କଟକ: କଟକ ବଡ ଡାକ୍ତରଖାନାରେ ପୁଣି ଏକ କାଡାଭରିକ୍ କିଡନୀ ପ୍ରତିରୋପଣ କରାଯାଇଛି। ଅଙ୍ଗଦାନ କରି ଅମର ହୋଇଛନ୍ତି ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଗତ ରବିବାର ଦିନ ଦୁର୍ଘଟଣାରେ ଗୁରୁତର ହୋଇ ବୀରେନ୍ଦ୍ରଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ତାଙ୍କର ପରିବାର ଲୋକ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ।  ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ କିଡନୀ ପ୍ରତିରୋପଣ କରାଯାଇଥିଲା । ଗୋଟିଏ କିଡନୀ ଏସସିବିରେ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଅନ୍ୟ ଏକ କିଡନୀ ଭୁବନେଶ୍ଵର ଏମ୍ସରେ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବ। ସେପଟେ ବୀରେନ୍ଦ୍ରଙ୍କ ବିୟୋଗରେ ବିଧାୟକ ଡକ୍ଟର ରମାକାନ୍ତ ଭୋଇ ଶୋକବ୍ୟକ୍ତ କରିଥିବାବେଳେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories