ବୌଦ୍ଧ : ଗତକାଲି ରାତ୍ରିରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସାହାଜପାଲ ନିକଟସ୍ଥ କନେକପୁର ଛକଠାରେ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇଥିବା ସିଦ୍ଧପୁର ଗ୍ରାମର ଯୁବକ ଗୁରୁ ସାହୁଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ପ୍ରାଥମିକ ଚିିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ମୃତକ ଗୁରୁ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କର ପରିବାରକୁ ଆର୍ଥିକ ସହଯୋଗ ଯୋଗାଇଦେବାକୁ ଗ୍ରାମାବସୀମାନେ ଦାବି କରିଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ବାଇକକୁ ପୋଲିସ ଜବତ କରିଥିବାବେଳେ ବାଇକ୍ ଚାଳକ ଏଯାଏ ଫେରାର ଥିବା ଜଣାଯାଇଛି।
Popular Categories



