www.samajalive.in
Monday, December 15, 2025
16.1 C
Bhubaneswar

ପୋଖରୀରେ ବୁଡ଼ି ଜଣେ ମୃତ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ଫୁଲଜବା ଗ୍ରାମ ନିକଟସ୍ଥ ସିଙ୍ଗାରାମ ରେଳ ଷ୍ଟେସନ ପାଖରେ ଥିବା ଏକ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ନକଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଅଣାଯୋର ଗ୍ରାମର ଶ୍ୟାମ ମାଝି, ବୟସ ପ୍ରାୟ ୪୫ ବୋଲି ଜଣାପଡ଼ିଛି। 

ମିଳିଥିବା ଖବର ଅନୁଯାୟୀ, ଶ୍ୟାମ ମାଝୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ି ଯାଇଥିଲେ। ଏନେଇ ପରିବାର ଲୋକେ ଟିକିରି ପୁଲିସକୁ ଖବର ଦେବାପରେ ଘଟଣା ସ୍ଥଳକୁ ଟିକିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ କାଶୀପୁର ଅଗ୍ନୀଶମ ବାହିନୀକୁ ସୂଚନା ଦେବାପରେ ଅଗ୍ନୀଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରୁ ଶ୍ୟାମ ମାଝୀଙ୍କ ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories