www.samajalive.in
Saturday, December 6, 2025
15.1 C
Bhubaneswar

ଗୋଲାପର ଏଭଳି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ଗୋଲାପରେ ଭିଟାମିନ୍‍ ସି ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି । ଗୋଲାପର ପାଖୁଡ଼ାକୁ ପ୍ରଥମେ ପେଷି ଦିଅନ୍ତୁ ଓ ପରେ ଏହି ମିଶ୍ରଣକୁ ଖାଆନ୍ତୁ ,ଏହାକୁ ଖାଇବା ଦ୍ୱାରା ମୋଟା ପଣ ବହୁ ମାତ୍ରରେ କମିଥାଏ। ଏତଦ୍‍ ବ୍ୟତୀତ ଏହା ଶରୀରର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା (ମେଟାବୋଲିଜିମ୍‍)ର ବୃଦ୍ଧି କରିଥାଏ।
ସୁନ୍ଦର ତ୍ୱଚା ନିମନ୍ତେ – ଏହା ମୁହଁରୁ ସମସ୍ତ ଦାଗକୁ ଦୂର କରିଥାଏ। ଗୋଲାପର ପାଖୁଡ଼ାକୁ ଖରାରେ ଭଲ ଭାବେ ଶୁଖାଇ ଏହାକୁ ଗୁଣ୍ଡ କରି ମୁଲତାନି ମାଟି ସହ ମିଶାଇ ମୁହଁରେ ଲଗାଇଲେ ଏହା ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ତ୍ୱଚାକୁ ଗୋରା ମଧ୍ୟ କରିଥାଏ।
ଥକାପଣ ଦୂର କରେ – ବହୁ ସମୟରେ ବ୍ୟସ୍ତ ବହୁଳତା ଜୀବନରେ ଆମକୁ ଶାରିରୀକ ତଥା ମାନସିକ ଭାବେ ଖୁବ ହାଲିଆ ଅନୁଭବ ହୋଇଥାଏ। ଗୋଲାପର ବାସ୍ନାରେ ଆମ ମନକୁ ଖୁବ ଶାନ୍ତି ମିଳିଥାଏ। ଏହାର ପାଖୁଡ଼ାକୁ ଅଳ୍ପ ଉଷୁମ ପାଣିରେ ପକାଇ ସେହି ପାଣିରେ ଗାଧୋଇଲେ ଆମ ଥକାପଣ ଦୂର ହୋଇଥାଏ।
ଓଠର ସୁନ୍ଦରତା ପାଇଁ – ଗୋଲାପର ପାଖୁଡ଼ାକୁ ଖାଇବା ଦ୍ୱାରା ଏବଂ ଗୋଳାପ ଜଳକୁ ନିୟମିତ ଓଠରେ ଲଗାଇଲେ ଓଠର ରଙ୍ଗ ସର୍ବଦା ଗୋଳାପି ଓ ସୁନ୍ଦର ହୋଇଥାଏ।
ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ଓ ଗୋଲାପ ଜଳ ମୁହଁ ପାଇଁ ବେଶ ହିତକାରକ। ଗ୍ଲିସରିନ ତ୍ୱଚାରେ ଜଳର ମାତ୍ରାକୁ ସଠିକ ରଖିବା ସହ କୋମଳ କରିଥାଏ।
ଗ୍ଲିସରିନ, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣରେ ପ୍ରସ୍ତୁତ ହେଉଥିବା ଏହି ସିରମ ତ୍ୱଚାର ଶୁଷ୍କପଣ ଦୂର କରିଥାଏ। ତ୍ୱଚା ପାଇଁ ଏହାକୁ ରାମବାଣ କହିଲେ ଭୁଲ ହେବ ନାହିଁ। ଏହାସହ ଏହି ସିରମ ମୁହଁର ଦାଗ ମଧ୍ୟ ଦୂର କରିଥାଏ।
ସିରମ ପ୍ରସ୍ତୁତ କରିବାର ଉପାୟ……..
ସିରମକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବୋତଲରେ କିଛି ଗୋଲାପ ଜଳ ନିଅନ୍ତୁ। ଏଥିରେ ଗୋଟିଏ ଲେମ୍ବୁର ରସ ଓ ଗ୍ଲିସରିନ ମିଶାନ୍ତୁ। ନିୟମିତ ସ୍ନାନ କରିବା ପରେ ଏହାକୁ ଲଗାଇବା ଦ୍ୱାରା ତ୍ୱଚା କୋମଳ, ଉଜ୍ଜ୍ୱଳ ଓ ଗୋରା ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories