nua o banner

ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବକ, ଭିଡିଓ ଭାଇରାଲ

BSKY banner  750×100

ନୂଆଦିଲ୍ଲୀ : ସମସ୍ତେ ଜନ୍ମଦିନରେ କେକ୍ କାଟିବାକୁ ପସନ୍ଦ କରନ୍ତି । ଆଜି କାଲି ଏହା ଏକ ପରମ୍ପରା ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବନି । ତେବେ ଜଣେ ବ୍ୟକ୍ତି ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବାରେ ଲାଗିଛି । ଅଜୟ ନାମକ ଜଣେ ଯୁବକ ନିଜ ଜନ୍ମ ଦିନରେ କେକ୍ ବଦଳରେ ଏକ ବଡ ଅମୃତଭଣ୍ଡା କାଟି ଜନ୍ମଦିନ ପାଳନ କରିଛନ୍ତି ।

 

View this post on Instagram

 

A post shared by Kavitha Renikuntla (@dr.kavithaajay)

ଏହି ଜନ୍ମଦିନ ଉତ୍ସବ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହାକୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକଦେଖିଲେଣି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କେକ୍ ବଦଳରେ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ବୋଲି ସମସ୍ତେ ମତ ଦେଉଛନ୍ତି ।

Comments are closed.