www.samajalive.in
Saturday, December 6, 2025
16.1 C
Bhubaneswar

ଆମେ ନ୍ୟାୟ ପାଇନୁ, ସିବିଆଇ ତଦନ୍ତ ଚାହୁଁଛୁ : ମମିତାଙ୍କ ବାପା ମାଆ

ଭୁବନେଶ୍ବର: ପୁଣି ଖୋଲିବ ମମିତା ମେହେର ହତ୍ୟାକାଣ୍ଡ ନଥି। ରବିବାର ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସିବିଆଇ ତଦନ୍ତ ଦାବି କରିଥିବାବେଳେ ସୋମବାର ମମତା ମେହେରଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ମାଆ ତୁଳସୀ ମେହେର ମଧ୍ୟ ସମାନ ଦାବି ରଖିଛନ୍ତି। ସେମାନେ କହିଛନ୍ତି ଆମେ ନ୍ୟାୟ ପାଇନୁ, ସିବିଆଇ ତଦନ୍ତ ଚାହୁଁଛୁ। ମୁଖ୍ୟମନ୍ତ୍ରୀ ଡାକିଲେ ଆମେ ଭେଟିବାକୁ ନିଶ୍ଚୟ ଯିବୁ।

ରବିବାର ଗୋବିନ୍ଦଙ୍କ ଝିଅ ଲିପିକା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘‘ମୋ ପିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଥିଲେ। ମମିତା ମେହେରଙ୍କ ହତ୍ୟାକାରୀ ପୁଲିସ ଲଗାଇ ଜେଲ୍ ଭିତରେ ମୋ ପିତାଙ୍କୁ ହତ୍ୟା କରିଛି। ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ରହିଛି। ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ କରାଯାଉ।’’ ଗଣମାଧ୍ୟମକୁ ଲିପିକା କହିଛନ୍ତି, ମମିତା ମେହେରଙ୍କୁ ମୋ ବାପା ମାରିନାହାନ୍ତି। ମମିତା ମେହେରଙ୍କ ହତ୍ୟାକାରୀ ହିଁ ମୋ ବାପାଙ୍କୁ ମାରିଛି। ତତ୍କାଳୀନ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଏହି ଅପରାଧ ପଛରେ ରହିଛି। ମୋ ବାପାଙ୍କୁ କେବଳ ମୋହରା ବନାଯାଇଥିଲା।

- Advertisement -

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲରେ କାର୍ଯ୍ୟରତ ଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗାଁର ମମିତା ମେହେର ୨୦୨୧ ଅକ୍ଟୋବର ୮ରୁ ନିଖୋଜ ହୋଇଯାଇଥିଲେ। ପରେ ତଦନ୍ତରୁ ମହାଲିଙ୍ଗଠାରେ ନିର୍ମାଣାଧୀନ ଷ୍ଟାଡିୟମରେ ମମିତାଙ୍କ ମୃତଦେହ ପୋଡ଼ି ପୋତି ଦିଆଯାଇଥିବା ଜଣାପଡ଼ିଥିଲା। କିଛି ଦିନ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରାଯାଇଥିଲା।

୨୦୨୨ ସେପ୍ଟେମ୍ବରରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲା ଶୁଣାଣି ଆରମ୍ଭ ହୋଇଥିଲା। ଡିସେମ୍ବର ୨୦ ତାରିଖ ଦିନ ଗୋବିନ୍ଦ ଜେଲ୍ ଭିତରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ସେତେବେଳେ ବିରୋଧୀ ଦଳ ବିଜେଡି ସରକାର ଉପରେ ପ୍ରବଳ ଆକ୍ରମଣ କରିଥିଲେ। ତତ୍କାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ବର୍ତ୍ତମାନର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତିକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଥିଲା। ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories