www.samajalive.in
Sunday, December 14, 2025
19.1 C
Bhubaneswar

ସୌଜନ୍ୟମୂଳକ ଭେଟଘାଟ, ମମତାଙ୍କ ଉଦ୍ଦେଶ୍ୟ ଓଡିଶା-ପଶ୍ଚିମବଙ୍ଗ ଲୁହାପଥର ଶିଳ୍ପ କରିଡର

ଡେସ୍କ: ପଶ୍ଚିମବଙ୍ଗର ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡୁଥିବା ଲୁହାପଥର ଓଡିଶାରୁ ନେବାକୁ ମମତା ଆଗ୍ରହୀ। ୩ ଦିନିଆ ଓଡିଶା ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତ ସମୟରେ ସୁଶ୍ରୀ ବାନାର୍ଜୀ ପୁରୀରେ ‘ବଙ୍ଗୋ ଭବନ’ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ଜମି କାଗଜପତ୍ର ହସ୍ତାନ୍ତର କରିଛନ୍ତି।

ତେବେ ସୁଶ୍ରୀ ବାନାର୍ଜୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ ଓଡିଶା ଆସିବା ପୂର୍ବରୁ କୋଲକାତା ବାଣିଜ୍ୟ ମଣ୍ଡଳ ତାଙ୍କୁ ଲୁହାପଥର ଉପଲବ୍ଧତା ସମ୍ପର୍କରେ ଅବଗତ କରାଇଥିଲା। ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଲୁହାପଥର ନାହିଁ କିନ୍ତୁ ଓଡିଶାରେ ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ ହେଉଛି। ସେଠାକାର ଶିଳ୍ପଗୁଡିକ ପାଇଁ ଯଦି ଓଡିଶାରୁ ଲୁହାପଥର ଉପଲବ୍ଧ ହୋଇପାରିବ ତେବେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗକୁ ନେଇ ଲୁହାପଥର ଶିଳ୍ପ କରିଡର ଗଠନ କରାଯାଇ ପାରିବ। ଏ ନେଇ କୋଲକାତା ବାଣିଜ୍ୟ ମଣ୍ଡଳର ଅନୁରୋଧ ପତ୍ର ସୁଶ୍ରୀ ବାନାର୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories