www.samajalive.in
Sunday, December 14, 2025
14.1 C
Bhubaneswar

ବନ୍ଦ କରିଦେଲେ ମାଇକ୍‌, ନିତି ଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଛି ନିତି ଆୟୋଗ ପରିଚାଳନା ପରିଷଦ ବୈଠକ। ତେବେ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ଅଧାରୁ ଉଠି ଚାଲିଯାଇଛନ୍ତି। ତାଙ୍କୁ ବୈଠକରେ କଥା କହିବାକୁ ଅଧିକ ସମୟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଉଠିଯାଇଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ନିତି ଆୟୋଗର ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ମତ ରଖିବାକୁ ୫ ମିନିଟ ସମୟ ଦିଆଯାଇଥିଲା। ମମତା ନିଜ ମତ ରଖିଥିଲେ। କିନ୍ତୁ ସେ ୫ ମିନିଟରୁ ଅଧିକ ସମୟ କହିବାକୁ ଚାହୁଁଥିଲେ। ହେଲେ ୫ ମିନିଟ ହେବା କ୍ଷଣି ତାଙ୍କ ମାଇକ ବନ୍ଦ କରିଦିଆଯାଇଥିଲା, ଯେଉଁଥିରେ ମମତା ବିରକ୍ତି ପ୍ରକାଶ କରି ଅଧାରୁ ବୈଠକରୁ ଉଠି ପଳାଇଥିଲେ।

- Advertisement -

ବାହାରକୁ ଆସି ମମତା ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ମତ ରଖିବା ସମୟରେ ମୋ ମାଇକ ବନ୍ଦ କରିଦିଆଯାଇଥିଲା। ମୁଁ ଏଭଳି ପାତର ଅନ୍ତର କ’ଣ ପାଇଁ କରାଯାଉଛି ବୋଲି ପଚାରିଥିଲି। କୌଣସି ବିରୋଧୀ ଦଳ ବୈଠକକୁ ଆସିଲେ ନାହିଁ। ମୁଁ ଏକମାତ୍ର ବିରୋଧୀ ଦଳ ଭାବେ ବୈଠକକୁ ଆସିଛି, ତୁମେମାନେ ଖୁସି ହେବା କଥା। କିନ୍ତୁ ତୁମେମାନେ ତୁମ ସରକାରକୁ ପ୍ରାଥମିକତା ଦେଉଛ। ଏଭଳି ଅଧାରୁ ମାଇକ୍‌ ବନ୍ଦ କରିଦିଆଯିବା କେବଳ ମୋତେ ଅପମାନ ନୁହେଁ, ବରଂ ପଶ୍ଚିମବଙ୍ଗ ଏବଂ ସମସ୍ତ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ଅପମାନ ବୋଲି ମମତା କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories