www.samajalive.in
Saturday, December 6, 2025
23.1 C
Bhubaneswar

ସୀମାରେ ଅଟକିଥିବା ଆଳୁ ଗାଡି ପଶ୍ଚିମବଙ୍ଗ ଫେରିଗଲା; ୟୁପିରୁ ଆସିବ ଆଳୁ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଫେରିଗଲା ଆଳୁ ଗାଡି । ସୀମା ନିକଟ ଚେକପୋଷ୍ଟରୁ ଅଟକି ରହିଥିବା ପଶ୍ଚିମବଙ୍ଗର ସମସ୍ତ ଆଳୁ ଗାଡି ଓଡ଼ିଶାକୁ ନଆସି ଫେରିଯାଇଛି । ଖଡଗପୁର ଟ୍ରାଫିକ ଏସପିଙ୍କ ନେତୃତ୍ୱରେ ଗାଡି ଫେରିଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଟ୍ରକ୍ ଫେରି ଯାଇଛି। ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ସେପଟେ ୟୁପିର ଆଳୁ ଗାଡି ଆସିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।  ଦୁର୍ଭାଗ୍ୟଜନକ ନିଷ୍ପତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର, ତାଙ୍କ ସହ ଆଲୋଚନା କରାଯିବ । ପଶ୍ଚିମବଙ୍ଗ ନଦେଲେ ୟୁପିରୁ ଆଳୁ ଗାଡି ରାଜ୍ୟକୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସକାଳେ ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରିଖିଥିଲେ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ। ଗୋଦାମରେ ଆଳୁ ମୂଲ୍ୟ ୨୭ଟଙ୍କା ଥିବାବେଳେ ଦୋକାନୀ ମାନେ ୩୨ଟଙ୍କାରେ ବିକିବା କଥା । ୩୨ଟଙ୍କାରେ ଆଳୁ ବିକ୍ରି କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଏହାସହିତ ୩୨ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତିି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories