www.samajalive.in
Saturday, December 6, 2025
17.1 C
Bhubaneswar

ରେଳ ଫାଟକ ଅତିକ୍ରମ ବେଳେ ଟ୍ରାକରେ ୧୦ ମିନିଟ ଫସିରହିଲା ସ୍କୁଲ ବସ, ଆସିଗଲା ଦ୍ରୁତଗାମୀ ଟ୍ରେନ, ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ଟ୍ରେନ ଆସିବା ପୂର୍ବରୁ ଲେଭଲ କ୍ରସିଂ ଫାଟକ ବନ୍ଦ କରିଦିଆଯାଏ। କିନ୍ତୁ ଫାଟକ ବନ୍ଦ ହେବା ପୂର୍ବରୁ ଗାଡ଼ିମୋଟର ତରବରିଆ ଭାବେ ତାହାକୁ ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି। ଏହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ବି ଘଟିଥାଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ନାଗପୁରରେ। ୪୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ଅନୁରୂପ ଘଟଣାର ସମ୍ମୁଖୀନ ହୋଇଛି।

ଘଟଣାଟି ଏମିତି। ଗୁରୁବାର ପୂର୍ବାହ୍ନରେ ଏକ ସ୍କୁଲ ଗାଡ଼ି ଖପ୍ରାଖେଡ଼ା ରେଳ ଫାଟକ ଅତିକ୍ରମ କରୁଥିଲା। ଟ୍ରେନ ଆସିବାକୁ ଥିବାରୁ ରେଳ ଫାଟକ ଜଗୁଆଳି ଗେଟ ବନ୍ଦ କରୁଥିଲେ। ବସଟି ଗୋଟିଏ ପଟ ଗେଟ ଅତିକ୍ରମ କରିସାରିଥିଲା। ଅନ୍ୟପଟେ ପହଞ୍ଚିଲା ବେଳକୁ ସେହି ଫାଟକଟି ବନ୍ଦ ହୋଇଯାଇଥିଲା। ଗେଟ୍‌ ଜଗୁଆଳି ଫାଟକ ବନ୍ଦ କରିଦେଇଥିଲେ। ଫଳରେ ରେଳ ଧାରଣା ଉପରେ ବସ୍‌ ଅଟକି ରହିଥିଲା। ଏପଟେ ସ୍କୁଲ ବସ ଅଟକିଥିବାବେଳେ ସେପେଟ ଆସୁଥିଲା ଛିନ୍ଦଓ୍ବାରା-ଇଟଓ୍ବାରୀ ଏକ୍ସପ୍ରେସ ଟ୍ରେନ। ଯାହା ଫଳରେ ସ୍କୁଲ ପିଲାମାନେ ଆତଙ୍କିତ ହୋଇପଡ଼ିଥିଲେ। ତରବରିଆ ଭାବେ ପିଲାଙ୍କୁ ବସରୁ ଖାଲି କରିବାକୁ ଉଦ୍ୟମ ଆରମ୍ଭ ହେଲା। ଏହି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକମାନେ ନିଜ ଗାଡ଼ିରୁ ଓହ୍ଲାଇ ଟ୍ରାକକୁ ଆସିଯାଇଥିଲେ। ଅନେକ ଲୋକ ଲାଲ ପତାକା ଧରି ଟ୍ରାକରେ ଛିଡ଼ା ହୋଇ ଟ୍ରେନ ଅଟକାଇବାକୁ ଚେଷ୍ଟା କରିଥିଲେ। କିଛି ଲୋକ ରାସ୍ତା କାମରେ ନିୟୋଜିତ ହେଉଥିବା ପ୍ଲାଷ୍ଟିକ ବ୍ୟାରିଅର ଆଣି ଟ୍ରାକରେ ପକାଇଥିଲେ। ସୌଭାଗ୍ୟବଶତଃ ଟ୍ରେନ ଚାଳକ ଦୂରରୁ ଏହା ଦେଖିପାରିଥିଲେ। ଫଳରେ ଶେ​‌ଷ ମୁହୂର୍ତ୍ତରେ ସେ ଟ୍ରେନରେ ବ୍ରେକ୍ ଲଗାଇଥିଲେ ଏବଂ ବସ୍‌ଠାରୁ କିଛି ଦୂରରେ ଟ୍ରେନ ଅଟକି ରହିଥିଲା। ଏହା ପରେ ସମସ୍ତେ ଆଶ୍ଵସ୍ତ ହୋଇଥିଲେ। ତେବେ ରେଳ ସୁରକ୍ଷା ବଳ ଘଟଣାର ତଦନ୍ତ କରୁଥିବାବେଳେ ଫାଟକ ଜଗୁଆଳିଙ୍କୁ ନୋଟିସ ଜାରି କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories