www.samajalive.in
Friday, December 5, 2025
20.1 C
Bhubaneswar

ଲଣ୍ଡନ:ୱେଷ୍ଟମିନଷ୍ଟର କୋର୍ଟରେ ମାଲ୍ୟା;ପ୍ରତ୍ୟାର୍ପଣର ଚୂଡ଼ାନ୍ତ ଶୁଣାଣି ଆଜି

ନୂଆଦିଲ୍ଲୀ: ପ୍ରତ୍ୟାର୍ପଣ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଶିଳ୍ପପତି ବିଜୟ ମାଲ୍ୟା ମଙ୍ଗଳବାର ଲଣ୍ଡନ ୱେଷ୍ଟମିନଷ୍ଟର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ବିରୋଧରେ ଲଣ୍ଡନରେ ଚାଲିଥିବା ପ୍ରତ୍ୟାର୍ପଣ ମାମଲାରେ ଆଜି ଶୁଣାଣି ହେବ। ୱେଷ୍ଟମିନଷ୍ଟର ବିଚାରପତି ଆଜି ଉକ୍ତ ମାମଲାର ଚୂଡ଼ାନ୍ତ ରାୟର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ଏହି ମାମଲାରେ ଶ୍ରୀ ମାଲ୍ୟା ତାଙ୍କ ବିରୋଧରେ ବେଆଇନ ଟଙ୍କା ନେଣଦେଣ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। କିଂ-ଫିସର ଏୟାରଲାଇନ୍ସର ପ୍ରାକ୍ତନ ମାଲିକ ଶ୍ରୀ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ ମାମଲାରେ ଗିରଫ ହେବା ପରେ ଜାମିନରେ ଏବେ ଲଣ୍ଡନରେ ବସବାସ କରୁଛନ୍ତି। ଭାରତରେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ପ୍ରଦତ୍ତ ପ୍ରମାଣକୁ ୱେଷ୍ଟମିନଷ୍ଟର କୋର୍ଟ ଗ୍ରହଣ କରିବା ପରେ ମାଲ୍ୟାଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅବଶ୍ୟ ଏହି ମାମଲାରେ ମାଲ୍ୟାଙ୍କ ବିରୋଧରେ ରାୟକୁ ଲଣ୍ଡନର ଉପରିସ୍ଥ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରେ। ତେଣୁ ପ୍ରତ୍ୟାର୍ପଣ ମାମଲାରେ ସିବିଆଇ ଲଣ୍ଡନର ମାମଲା ଜିତିଲା ପରେ ମଧ୍ୟ ଆଗାମୀ ଦିନରେ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଏତେ ସହଜ ହେବ ନାହିଁ। ଭାରତୀୟ ବ୍ୟାଙ୍କରୁ ୯୦୦୦କୋଟି ଟଙ୍କା ନେଇ ମାଲ୍ୟା ଏବେ ଲଣ୍ଡନରେ ବସବାସ କରୁଛନ୍ତି। ଭାରତୀୟ କୋର୍ଟରେ ମାଲ୍ୟାଙ୍କ ନାମରେ ଏକାଧିକ ମାମଲା ରୁଜୁ ହୋଇଛି। ତାଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ସିବିଆଇ ଲଣ୍ଡନ କୋର୍ଟରେ ଆବେଦନ କରିଛି। ତେବେ ଆଜି ଏହି ମାମଲାର ରାୟ ପ୍ରକାଶ ଦିନ ଘୋଷଣା ହେବା ସହ ଆଗାମୀ ଦିନରେ ମାଲ୍ୟା କେଉଁ ରଣନୀତି ଆପଣେଇବେ ତାହା ଚୂଡ଼ାନ୍ତ ରାୟ ପରେ ସ୍ପଷ୍ଟ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories