www.samajalive.in
Friday, December 5, 2025
26.1 C
Bhubaneswar

ଯକ୍ଷ୍ମାରୋଗ ବିହୀନ ଭାରତ ଗଠନ ପାଇଁ ସରକାରଙ୍କ ପଦକ୍ଷେପ

ବରଗଡ଼: ଏକ ଯକ୍ଷ୍ମାରୋଗ ବିହୀନ ଭାରତ ଗଠନ ସକାଶେ ଭାରତ ସରକାରଙ୍କୁ ସହଯୋଗ କରିବା ପାଇଁ ୟୁଏସଏଆଇଡ଼ି ସଂସ୍ଥା ଆଗେଇ ଆସିଛି ।୧୯୯୮ରୁ ଏହି ସଂସ୍ଥା ଭାରତ ସରକାରଙ୍କୁ ସହଯୋଗ କରି ଆସୁଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଆହୁରି କେତେକ ସଙ୍ଗଠନ ଆଗେଇ ଆସିବା ପରେ ଏହାକୁ ତ୍ୱରାନ୍ବିତ କରାଯାଇଛି । ସମଗ୍ର ବିଶ୍ୱକୁ ୨୦୩୦ ସୁଦ୍ଧା ଯକ୍ଷ୍ମା ମୁକ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଲକ୍ଷ ରଖିଥିବା ସମୟରେ ଭାରତ ସରକାର ଭାରତକୁ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।ଏହି କାଯ୍ୟକ୍ରମର ସଫଳତା ପାଇଁ ଯକ୍ଷ୍ମାମୁକ୍ତ ଭାରତର ପରିକଳ୍ପନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ‘ରିଚ’ ମଧ୍ୟ ସହଭାଗୀ ହୋଇଛି।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆଜି ବରଗଡ଼ର ସ୍ୱୟଂସିଦ୍ଧା ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯକ୍ଷ୍ମା ରୋଗ ସମ୍ପର୍କିତ ମୋବାଇଲ ଏପ ‘ଟିବି ମିତ୍ରକ୍ଷକୁ ଆନୁଷ୍ଠାନିକ ରୂପେ ଉଦ୍‍ଘାଟନ କରିଥିଲେ। ସର୍ବ ଭାରତୀୟ ସ୍ତରରେ ଏକ ପାଇଲଟ ପ୍ରୋଜେକ୍ଟ ରୂପେ ଏହି ମୋବାଇଲ ଏପ (ଟିବି ମିତ୍ର)କୁ ବିକଶିତ କରାଯାଇଛି । ଏଥିରେ ଓଡ଼ିଆରେ ମଧ୍ୟ ଏହାକୁ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଥିବାରୁ ଏହା ଲୋକଙ୍କ ଦ୍ୱାରା ଅଧିକ ଜନାଦୃତ ହୋଇ ପାରିବ ବୋଲି ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ । ଏହା ସାଙ୍ଗକୁ ଅଧିକରୁ ଅଧିକ ଲୋକେ ଗୁଗୁଲ ଏପରେ ଉପଲବ୍ଧ ଥିବା ଏହି ଏପଟିକୁ ଯେଭଳି ବ୍ୟବହାର କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଆହ୍ୱାନ ଦେଇଥିଲେ ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories