www.samajalive.in
Friday, December 5, 2025
27.1 C
Bhubaneswar

ଗୁଡ଼ : ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ବଢାଇଥାଏ ସୌନ୍ଦର୍ଯ୍ୟ

ଆପଣ ଜାଣନ୍ତି କି, ଗୁଡ଼ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହେବା ସହ ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଏକ ମହୌଷଧିର କାମ କରିଥାଏ। ଏହା ରୋଗ ସହ ଲଢିବା ସହିତ ମୁଖର ଦାଗ ଆଦି ଦୂର କରିଥାଏ। କେଶ ପାଇଁ ମଧ୍ୟ ଗୁଡ଼ ବହୁତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗୁଡ଼ କିପରି ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ –
ବ୍ରଣ ଓ ଦାଗ ଦୂର କରିଥାଏ :
ନିୟମିତ ଗୁଡ଼ ଖାଇବା ଦ୍ୱାରା ମୁଖର ବ୍ରଣ ଓ ଦାଗ ଦୂର ହୋଇଥାଏ। ଏହାର ପ୍ୟାକ୍‍ ପ୍ରସ୍ତୁତ କରି ମଧ୍ୟ ମୁଖରେ ଲଗାଇ ପାରିବେ। ଏଥିପାଇଁ ୧ ଚାମଚ ଗୁଡ଼ରେ ୧ ଚାମଚ ବିଲାତି ରସ, ଅଧା ଚାମଚ ଲେମ୍ବୁ ରସ, ଅଧା ଚାମଚ ହଳଦୀ ଓ ଅଳ୍ପ ଗ୍ରୀନ୍‍ ଟି ମିଶାଇ ମୁହଁରେ ଲଗାନ୍ତୁ। ତା’ପରେ ୧୫ ମିନିଟ୍‍ ପରେ ମୁହଁକୁ ଧୋଇ ଦିଅନ୍ତୁ।
ମୁହଁରେ ପଡ଼ୁଥିବା କୁଞ୍ଚନ ଦୂର କରେ :
ଗୁଡ଼ରେ ଆଣ୍ଟି ଅକ୍ସିଡ଼ାଣ୍ଟ ଥାଏ, ଯାହା ଚର୍ମରେ ପଡ଼ୁଥିବା କୁଞ୍ଚନ ଦୂର କରିଥାଏ। ପ୍ରତ୍ୟେକ ଦିନ ଗୁଡ଼ ଖାଇବା ଦ୍ୱାରା ଚର୍ମ କୁଞ୍ଚନ ଦୂର ହେବା ସହ ମୁହଁରେ ବୟସର ଛାପ ମଧ୍ୟ ଦେଖାଯାଏ ନାହିଁ।
କେଶକୁ ସୁନ୍ଦର କରିଥାଏ :
ଗୁଡ଼ କେଶକୁ ଘନ ଓ ସୁନ୍ଦର କରିଥାଏ। ଗୁଡ଼ରେ ମୁଲତାନି ମାଟି, ଦହି ଓ ପାଣି ମିଶାଇ ପ୍ୟାକ୍‍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‍କୁ କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଲଗାନ୍ତୁ। ତା’ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ଘନ ହେବା ସହ କୋମଳ ଓ ଚମକ୍‍ଦାର ମଧ୍ୟ ହୋଇଥାଏ।
ଚର୍ମ ପାଇଁ ମଧ୍ୟ ଉପକାରୀ :
ଗୁଡ଼ରେ ପ୍ରଚୁର ମାତ୍ରାରେ ଭିଟାମିନ୍‍ ଓ ମିନେରାଲ୍‍ସ ଥାଏ, ଯାହା ଚର୍ମ ପାଇଁ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଗୁଡ଼ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟର ସମସ୍ୟା ଦୂର ହୋଇଥାଏ। ଏହି ସମସ୍ୟା ଦୂର ହେଲେ ଚର୍ମରେ ମଧ୍ୟ ଚମକ ଆସିଥାଏ। ଉଷୁମ ପାଣି କିମ୍ବା ଚା’ରେ ଚିନି ବଦଳରେ ଗୁଡ଼ ମିଶାଇ ପ୍ରତିଦିନ ପିଇବା ଉଚିତ୍‍।
ରକ୍ତ ଶୁଦ୍ଧ କରିଥାଏ :
ରକ୍ତ ଦୂଷିତ ହେବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ ଦେଖା ଦେଇଥାଏ। ଗୁଡ଼ ରକ୍ତକୁ ପରିଷ୍କାର କରିବା ସହ ରକ୍ତ ହୀନତାରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ଗୁଡ଼ ଖାଇବା ଉଚିତ୍‍। ମେଦ ବହୁଳତା ଓ ମଧୁମେହ ପୀଡ଼ିତ ମାନେ ଗୁଡ଼ ଖାଇବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories