www.samajalive.in
Saturday, December 6, 2025
15.1 C
Bhubaneswar

ଏନଆରସି ପ୍ରସଙ୍ଗକୁ ନେଇ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ : ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଚିଠା ପ୍ରକାଶନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ପୁଣି  ଦିନକ ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍କ ନେଇ ସୋମବାର ଦିନ ମଧ୍ୟ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା।

୧୯୮୫ରେ ଆସାମ ବୁଝାମଣା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ତତ୍କାଳୀନ ରାଜୀବ ଗାନ୍ଧୀ ସରକାର ବିଫଳ ହୋଇଥିଲେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଅମିତ ଶାହାଙ୍କ ବକ୍ତବ୍ୟକୁ ନେଇ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଶ୍ରୀ ଶାହା କହିଥିଲେ ଏନଡିଏ ସରକାର ସେହି ବୁଝାମଣାକୁ କାର୍ଯ୍ୟକାରୀ କରିବା ତଥା ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି।

- Advertisement -

ତେବେ ଏହାକୁ ବିରୋଧ କରି ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ପୂର୍ବରୁ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଚିଠା ପ୍ରକାଶନ ଦ୍ବାରା ୪୦ ଲକ୍ଷ ଲୋକଙ୍କର ମାନବିକ ଅଧଇକାର ଉଲଂଘନ ହୋଇଛି ବୋଲି କହିଥିଲେ।

ତେବେ ଗୃହରେ ହଟ୍ଟଗୋଳ ଲାଗିରହିବାରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories