
ମାଲ୍ୟାଙ୍କ ଆବେଦନ ଅଦାଲତରେ ଖାରଜ; ଫିଟିଲା ଭାରତ ପ୍ରତ୍ୟର୍ପଣ ବାଟ

ଲଣ୍ଡନ୍,୨୦ା୪ : ଭାରତ ଅଣାହେବେ ପଳାତକ ମଦ ବ୍ୟବସାୟୀ ତଥା କିଙ୍ଗଫିଶର ବିମାନ କମ୍ପାନୀର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟା । ସୋମାଲ୍ୟାଙ୍କ ପକ୍ଷରୁ କରାଯାଇଥିବା ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛି । ମାଲ୍ୟାଙ୍କ ବିରୋଧରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ୬୪ ବର୍ଷୀୟ ମାଲ୍ୟା ଚଳିତବର୍ଷ ଫେବୃଆରୀରେ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ସେ ବ୍ରିଟେନ ହାଇକୋର୍ଟଙ୍କ ପ୍ରତ୍ୟର୍ପଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏବେ ସେ ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ଲଣ୍ଡନର ଏକ କୋର୍ଟରେ ଏ ନେଇ ମାମଲା ଚାଲିଛି। ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଜଷ୍ଟିସ୍ ଷ୍ଟିଫେନ୍ ଇରୱିନ୍ ଏବଂ ଜଷ୍ଟିସ୍ ଏଲିଜାବେଥ୍ ଲାଙ୍ଗଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ। କରୋନା ଭାଇରସ୍ କାରଣରୁ ଇ-ମେଲ୍ ଜରିଆରେ ଦିଆଯାଇଥିବା ଏକ ରାୟରେ ଏହି ଆବେଦନ ଖାରଜ କରାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲା ବର୍ତ୍ତମାନ ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ ।
Comments are closed.