www.samajalive.in
Saturday, December 6, 2025
15.1 C
Bhubaneswar

ପଶ୍ଚିମବଙ୍ଗ ଫେରନ୍ତା ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଂଗ୍ରେସର ଦାବି

ଭୁବନେଶ୍ବର : ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏହା ଓଡିଶା ପାଇଁ ଆଉ ଏକ ଉଦବେଗ ଜନକ ବିଷୟ କଂଗ୍ରେସ କହିଛି। କାରଣ ଉତ୍ତର-ଓଡିଶା ସମେତ ଉପକୂଳ-ଓଡ଼ିଶାର ଲୋକଙ୍କର ପଶ୍ଚିମବଙ୍ଗ ସହିତ ଚଳପ୍ରଚଳ ଅଧିକ। ଲକଡାଉନ ପୂର୍ବରୁ ଏବଂ ପରେ ମଧ୍ୟ ଅନେକ ଲୋକ ପଶ୍ଚିମବଙ୍ଗ ବିଶେଷ କରି କଲିକତାରୁ ଓଡିଶାକୁ ଆସିଛନ୍ତି। ସେମାନଙ୍କର କରୋନା ଭାଇରସ ପରୀକ୍ଷା ହୋଇନାହିଁ। ତୁରନ୍ତ ଏମାନଙ୍କୁ ଚି଼ହ୍ନଟ କରି ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କର ପରୀକ୍ଷା କରିବା ସହିତ କ୍ବାରେନଣ୍ଟାଇନ୍ ରେ ରଖିବାକୁ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

ପ୍ରବାସୀ ଓଡିଆମାନଙ୍କୁ ସାହାଯ୍ୟ ଏବଂ ଖାଦ୍ୟପେୟର ବନ୍ଦୋବସ୍ତ କରିବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏମାନଙ୍କୁ ସହାୟତା କରିବା ପାଇଁ ଓଡ଼ିଶାରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇ ବରିଷ୍ଠ ପଦାଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏ ଦିଗରେ ସରକାରଙ୍କ ଅଗ୍ରଗତି କ’ଣ ହୋଇଛି ତାହା ସରକାର ପ୍ରକାଶ ନ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ବିଚାର କରୁଛି। ଓଡିଶାରେ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମରେ କେତେଜଣ ପ୍ରବାସୀ ଓଡ଼ିଆ ବା ଶ୍ରମିକ ପଞ୍ଜିକରଣ କରିଛନ୍ତି ସେମାନଙ୍କ ଭିତରୁ କେତେ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି ତାହା ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି।

- Advertisement -

ଏହା ସହ ବର୍ତ୍ତମାନର ସଙ୍କଟମୟ ସ୍ଥିତିରେ ଆମେ ଓଡିଶାବାସୀ ଠିଆ ହୋଇଛୁ ଏବଂ କରୋନା ବିରୋଧୀ ଯୁଦ୍ଧ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଦୃଢତାର ସହ ସମର୍ଥନ ଜଣାଉଛୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories