www.samajalive.in
Saturday, December 13, 2025
18.1 C
Bhubaneswar

ଫସିଥିବା ଶ୍ରମିକଙ୍କୁ ସେବା ଦେବାରେ ଉଦାହରଣ ପାଲଟିଛି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର : କରୋନା ଭୟରେ ଦେଶରେ ଲକଡାଉନ ଘୋଷଣା ହେବା ପରେ ଅନେକ ସ୍ଥାନରେ ଫସିଛନ୍ତି ଶ୍ରମିକ। କାମ ପାଇଁ ରାଜ୍ୟରୁ ଅନ୍ୟ ଜିଲା ତଥା ରାଜ୍ୟକୁ ଯାଇଥିବା ଶ୍ରମିକ ସେଠାରେ ଫସି ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡିଶାରେ ମଧ୍ୟ ଅନେକ ଶ୍ରମିକ ରହିଛନ୍ତି।  ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାରେ ସୁବର୍ଣ୍ଣପୁର ଜିଲା ପ୍ରଶାସନ ଉଦାହରଣ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଲକଡାଉନ ଘୋଷଣା ହେବାପରେ ଜିଲାରେ ୧୮୧୫ ଅନ୍ୟ ରାଜ୍ୟର ଶ୍ରମିକ ପସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୯୬ ମହିଳା ହୋଇଥିବା ବେଳେ ୩୨୫ ଶିଶୁ ରହିଛନ୍ତି। ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ ଆଦି ଅଂଚଳର ହୋଇଥିବା ଏହି ଶ୍ରମିକମାନଙ୍କୁ ସହଯୋଗର ହାତ ବଢ଼ାଇଛି ପ୍ରଶାସନ। ୧୮୦ କ୍ୟାମ୍ପରେ ସେମାନଙ୍କୁ ରଖାଯାଇ ଖାଦ୍ୟ ଦିଆଯିବା ସହ ଅନ୍ୟାନ୍ୟ ଦୈନଦିନ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ଜିଲାର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ଏହି ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଶାସନ ନଜରକୁ ଆଣିବା ପରେ ସହାୟତା ଯୋଗାଇ ଦିଆଯାଉଛି। ପିଲାମାନଙ୍କ ପାଇଁ ଖେଳଣାଠୁ ଆରମ୍ଭ କରି ବିସ୍କୁଟ ଦିଆଯାଉଛି। ଶ୍ରମିକଙ୍କ ମଧ୍ୟରେ ଥିବା ଗର୍ଭବତୀ ମହିଳାଙ୍କୁ ଖାଦ୍ୟ ସହ ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇ ଦିଆଯାଉଛି। ଶ୍ରମିକଙ୍କୁ ଅବଶ୍ୟକ ସୁବିଧା ଯୋଗାଇ ଦେବାକୁ ଜିଲାପାଳ ମନୀଷା ବାନାର୍ଜୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ୨୫୫୩ଟି କ୍ୟାମ୍ପରେ ୭୭ ହଜାର ଶ୍ରମିକ ବିଭିନ୍ନ ସ୍ଥାନରେ ରହିଛନ୍ତି।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories