www.samajalive.in
Friday, December 12, 2025
27.1 C
Bhubaneswar

୮ କ୍ବିଣ୍ଟାଲରୁ ଅଧିକ ଓଜନର ଗଞ୍ଜଇ ଜବତ, ୪ ଗିରଫ

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲି ବସ୍ ଷ୍ଟାଣ୍ଡ ଛକ ନିକଟରେ ପୁଲିସ ପକ୍ଷରୁ ରାତ୍ରୀକାଳିନ ପାଟ୍ରୋଲିଂ ପାଇଁ ମୁତୟନ ହୋଇଥିଲା। ଏହି ସମୟରେ ୨ଟି ବୋଲେର ପିକ୍‌ଅପ୍ ଓ ଗୋଟିଏ ମଟର ସାଇକେଲ ମାଲକାନଗିରି ପଟୁ ଜୟପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ। ପାଟ୍ରୋଲିରେ ନିୟୋଜିତ ପୁଲିସ ସନ୍ଦେହ କରି ଉକ୍ତ ଗାଡିଗୁଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସମୟରେ ୨ଟି ବୋଲେର ପିକ୍‌ଅପ୍‌ରେ ଲୁକ୍କାୟିତ ଭାବେ ପଲିଥିନ୍ ବ୍ୟାଗ୍ ମଧ୍ୟରେ ଗଞ୍ଜେଇ ରଖାଯାଇଥିଲା। ତୁରନ୍ତ ପୁଲିସ ଉକ୍ତ ଗଞ୍ଜେଇକୁ ଜବତ୍ କରିବା ସହ ମଟର ସାଇକେଲରୁ ମଧ୍ୟ ଏକ ପଲିଥିନ୍ ବ୍ୟାଗ୍‌ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ଏବଂ ତାହା ମଧ୍ୟ ଜବତ୍ କରିଥିଲା। ସେଠାରେ ଜବତ୍ ହୋଇଥିବା ଗଞ୍ଜେଇର ଓଜନ ୮୭୯ କିଲୋ ୪୫୦ ଗ୍ରାମ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

- Advertisement -

ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୩ ହଜାର ଟଙ୍କା ଓ ୩ ଟି ମୋବାଇଲ୍ ଫୋନ ଜବତ୍ ହୋଇଛି ବୋଲି ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ମାଲକାନଗିରି ଜିଲା ଶୁକ୍ରିଗୁଡାର ସମେସ ହନ୍ତାର (୨୧), କୋରାପୁଟ ଜିଲା ବାତ୍ରିପୁଟ ଗ୍ରାମର ଜୟରାମ ମୁଦୁଲି (୩୪), କୋରାପୁଟ ଜିଲ୍ଲା କାଠମିଲ୍ ସାହିର ରାଜୁ ନାୟକ (୨୧), କୋରାପୁଟ ଜିଲ୍ଲା ଗଣିପୁଟର ବାବୁଲା ପହଲାମ୍ (୩୦) ବୋଲି ଜଣାପଡିଛି । ଏ ସମ୍ପର୍କରେ ମାଥିଲି ଥାନା ପୋଲିସ କେସ୍ ନମ୍ବର ୪୩/୨୧ ରେ ମାମଲା ରୁଜୁ କରି ଗିରଫ ବ୍ୟକ୍ତିମାନଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories