www.samajalive.in
Sunday, December 7, 2025
13.1 C
Bhubaneswar

ପାଠରେ ଡ଼ୋରି ବାନ୍ଧିଛି କରୋନା: କିଏ କରୁଛି ହଳ, କିଏ ଚରାଉଛି ଗାଈ

ମାଲକାନଗିରି (ଗୋପୀ ପଟ୍ଟନାୟକ): କରୋନା କଟକଣା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଗାଡ଼ି ଦେଇଛି। ସ୍ମାର୍ଟଫୋନ୍‌ ଅଭାବରୁ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ପାଠପଢ଼ା ପାଇଁ ସ୍କୁଲ ଯିବାକୁ ପଡୁନଥିବାରୁ କି’ଏ ଗାଈ ଚରାଉଛି, ଆଉ କିଏ ବିଲରେ ହଳ କରୁଛି। ଏଭଳି ସ୍ଥିତି ଦେଖିବାକୁ ମିଳଛି ମାଲକାନଗିରି ଜିଲାରେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ କରୋନା ପ୍ରଭାବ ଯୋଗୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏହି ଜିଲ୍ଲାର ସାତଟି ବ୍ଲକରେ ଲକ୍ଷାଧିକ ଛାତ୍ରଛାତ୍ରୀ ବିଭିନ୍ନ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ କରୋନା ପ୍ରଭାବରେ ସମସ୍ତ ବିଦ୍ୟାଳୟ ମାନଙ୍କରେ ପାଠପଢା ବନ୍ଦ ହୋଇ ଯାଇଛି। ଏହି ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ଯୋଗୁଁ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏହି ପରିବାର ମାନଙ୍କରେ ସ୍ମାର୍ଟ ଫୋନର ସୁବିଧା ନାହିଁ। ବିଶେଷ କରି ଗୋଟିଏ ସ୍ମାର୍ଟ ଫୋନର ଦର ଅଧିକ ରହିଥିବା ବେଳେ ପ୍ରାୟ ପ୍ରତ୍ୟେକ ପରିବାରରେ ୨ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ତେବେଗୋଟିଏ ଗରୀବ ପରିବାରରେ ପୃଥକ ପୃଥକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ମାର୍ଟ ଫୋନ୍ ଯୋଗାଇଦେବା ସମ୍ଭବ ନୁହୋ। ଏହା ବ୍ୟତୀତ ପ୍ରତି ମୋବାଇଲରେ ଇଣ୍ଟରନେଟ ବାବଦ ମାସକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି, ଯାହା ଚାଷୀ ପରିବାରରେ ବୋଝ ଉପରେ ନଳିତାବିଡା ସମାନ। ତେଣୁ ଏହି ଜିଲାର ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ନିକଟବର୍ତ୍ତି ଅଞ୍ଚଳକୁ ଯାଇ କୁଲି କାମ କରୁଥିବାବେଳେ ଆଉ କିଛି ଜମିରେ ହଳ କରୁଛନ୍ତି। ଅପରପକ୍ଷରେ କେତେକ ଛୋଟ ଛୋଟ ଛାତ୍ରଛାତ୍ରୀ ଗାଈଗୋରୁ ଓ ଛେଳିମେଣ୍ଢା ଆଦି ଚରାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀଛାତ୍ର ମାନଙ୍କୁ ସ୍ମାର୍ଟ ଫୋନ ମାଧ୍ୟମରେ ପାଠ ପଢା ଯିବାର ବ୍ୟବସ୍ଥା କରା ଯାଉଛି। କିନ୍ତୁ ସମସ୍ତ ପରିବାରରେ ସ୍ମାର୍ଟ ଫୋନ ନଥିବା ଯୋଗୁଁ ଏହି ସୁବିଧାରୁ ମଧ୍ୟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି। ଦଶମ ଶ୍ରେଣୀ ବ୍ୟତୀତ ପ୍ରଥମରୁ ନବମ ଶ୍ରେଣୀ ନିମନ୍ତେ ଏହି ସୁବିଧା ଉପଲବ୍ଧ ନାହିାଁ ତେବେ ଆଦିବାସୀ ପରିବାର ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଲାଗି ରହିଛି ତାହା ମାଲକାନଗିରି ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ପଛକୁ ଟାଣି ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାଲକାନଗିରି ସଦର ବ୍ଲକର ମାତ୍ର ତିନି କିଲୋମିଟର ଦୂରରେ ଥିବା ଗୌଡଗୁଡା ଓ ସିନ୍ଧ୍ରିମାଲ ପଞ୍ଚାୟତର ଏମ୍.ଭି. ୧୧୧, ସତିଗୁଡା, ତାଳଗୁଡା ଆଦି ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ଏହି ସମସ୍ୟାର ସମାଧାନ ପ୍ରତି ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories