Patra electronics

ରାସ୍ତା ଖରାପ ; ରାସ୍ତାରେ ଧାନ ରୋଇ ପ୍ରତିବାଦ କାଲେ ଗ୍ରାମବାସୀ

ମାଲକାନଗିରି : ପ୍ରତିବର୍ଷ ବର୍ଷା ଦିନ ଆସିଲେ ଯନ୍ତ୍ରଣା ଭୋଗୁଛନ୍ତି ତାଳଗୁଡାବାସୀ। ଗତ କିଛି ବର୍ଷ ଧରି ସତୀଗୁଡା ରାସ୍ତା ମରାମତି ନିମନ୍ତେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ରାସ୍ତାକୁ ସତୀଗୁଡା ଜଳ ସେଚନ ବିଭାଜନ ତରଫରୁ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା। ଏହି ରାସ୍ତା କିଛି ମାତ୍ରାରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି ଅଂଶ ଏପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ରହିଛିା ଯାହା ପାଣି କାଦୁଅରେ ପରିପୂର୍ଣ୍ଣ ଥିବାରୁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଆଜି ଏହାକୁ ପ୍ରତିବାଦ କରି ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ। ବିଶେଷ କରି ଏହି ରାସ୍ତାଟି ଜୟପୁର ମୁଖ୍ୟ ରାସ୍ତା ଠାରୁ ଏମ୍‌.ଭି. ୧୧୧ଦେଇ ସତୀଗୁଡା, ତାଳଗୁଡା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛିା

ସେଥିମଧ୍ୟରୁ ଜୟପୁର ମୁଖ୍ୟ ରାସ୍ତା ଠାରୁ ସତୀଗୁଡା ପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସତୀଗୁଡା ଠାରୁ ତାଳଗୁଡା ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ରାସ୍ତା ଅଧପନ୍ତରିଆ ଅବସ୍ଥାରେ ରହିଛିା ଯାହା ଫଳରେ ତାଳଗୁଡା ଗ୍ରାମବାସୀ ଶିବ ମନ୍ଦିର ଦେଇ ସତୀଗୁଡା ଜଳଭଣ୍ଡାର ଉପର ରାସ୍ତା ଦେଇ ପ୍ରାୟ ୩ କିଲୋମିଟର ଅତିକ୍ରମ କରି ମାଲକାନଗିରି ଆସିବାକୁ ପଡୁଛିା ଏଠାରେ କନ୍ୟାଶ୍ରମ ରହିଛି, ଏହି ଆଶ୍ରମକୁ ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିପଦ ସଂକୁଳ ଭାବେ ଯାତାୟତ କରୁଛନ୍ତି। ଭାରୀଯାନ ତଥା ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିାଁ ଜରୁରିକାଳୀନ ପରିସ୍ଥିତିରେ ଏହି ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସିନ୍ଧ୍ରିମାଳ ସରପଂଚ ଘାସି ନାୟକ ଅଭିଯୋଗ କରିଛନ୍ତିା

ତାଙ୍କ କହିବା ଅନୁସାରେ ବର୍ଷା  ପୂର୍ବରୁ ରାସ୍ତାରେ ମୁରୁମ ପକାଯାଇଛିା ମୁରୁମକୁ ରୋଲିଙ୍ଗ ନ କରି ତାହା ଉପରେ ପଥର ଗୁଣ୍ଡ ମିଶା ମେଟାଲ ପକାଇଛନ୍ତିା ବର୍ଷା ଯୋଗୁଁ ମେଟାଲ ଓ ପଥର ଗୁଣ୍ଡ ମୁରୁମ ଭିତରକୁ ପଶି ଯାଇଛିା ଯଦ୍ୱାରା ମୁରୁମ କାଦୁଅରେ ପରିଣତ ହୋଇ ଉପରକୁ ଆସିଛି ଏବଂ ରାସ୍ତାରେ ପାଣି କାଦୁଅ ଭର୍ତି ହୋଇ ରହିଛିା ଏ ସମ୍ପର୍କରେ ସରପଂଚ ସମ୍ପୃକ୍ତ ଠିକାଦାର ତଥା ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କେହି କର୍ଣ୍ଣପାତ କରୁ ନଥିବା ସେ ଅଭିଯୋଗ କରିଛନ୍ତିା

ଆଜି ସତିଗୁଡା, ତାଳଗୁଡ। ଓ ଏମ ଭି ୧୧୧ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଉପରେ ଧାନ ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ୧୨ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଶ୍ରୀହରି ହରିଜନ, ୱାର୍ଡ ମେମ୍ବର ଅନୁପମା ପାନିଗ୍ରାହୀ, ତ୍ରିପତି ହନ୍ତାଳ, ଅଭୟ ପଢିଆରୀ, ଅଜିତ ପଢିଆରୀଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ସତୀଗୁଡା କନିଷ୍ଠ ଯନ୍ତ୍ରୀ ଭଗବାନ ନାୟକଙ୍କୁ ପଚାରିବାରୁ ବର୍ଷା ଋତୁ ହୋଇଥିବା ଯୋଗୁଁ କାର୍ଯ୍ୟ ବନ୍ଦ ରହିଛିା ଖରା ପାଗ ହେଲେ ସେଠାରେ ପଥର ଗୁଣ୍ଡ ମିଶା ମେଟାଲ ପକାଇ ରାସ୍ତା ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତିା

ଦେଖନ୍ତୁ ଭିଡିଓ ଖାଇ ସାରିଥିଲେ ଅଧା ଦୋସା, ବାହାରିଲା ପୋଡି ଯାଇଥିବା ଅସରପା..

Comments are closed.