www.samajalive.in
Saturday, December 6, 2025
23.1 C
Bhubaneswar

ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉପରକୁ ଗରମ ପାଣି ଛାଟି ଦେଲେ ଅଗ୍ନିଶମ ହାବିଲଦାର

କଳାବାଡିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ନିଜର ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ ଜଣେ କାର୍ଯ୍ୟରତ ହାବିଲଦାର। ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଂଚି ଥିଲେ। ଏଥିନେଇ ସେଠାରେ କାର୍ଯ୍ୟରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳି ଗୁଲଜ କରିଥିଲେ। ତେବେ ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ଫୁଟିଥିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ। ଫଳରେ ତାଙ୍କର ଦୁଇ ଜଂଘ ଏବଂ ଗୋଡରେ ଗରମ ପାଣି ବାଜି ସେ ଗୁରୁତର ଆହତ ହୋଇଥିଲେ। ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ କର୍ମଚାରୀ ମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ଦିଆ ଆଯାଇଛି।

ଦେଖନ୍ତୁ ଭିଡିଓ ଖାଇ ସାରିଥିଲେ ଅଧା ଦୋସା, ବାହାରିଲା ପୋଡି ଯାଇଥିବା ଅସରପା..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories