ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇଁ ଦାବି

ମାଲକାନଗିରି- ମାଲକାନଗିରି ଜିଲ୍ଲାର ୨୩୪ଟି ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରପାଇଁ ଦାବି । ବିଭିନ୍ନ ସଂଗଠନର ଆଦିବାସୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆସି ଦାବି ପତ୍ର ପ୍ରଦାନ କରିଛନ୍ତି ।

ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ତହସିଲରେ ପଡି ରହିଥିବା ସଂଶୋଧନ ଗୋଷ୍ଠି ଜଙ୍ଗଲ ଅଧିକାରର ନଥି ପତ୍ର ଗୁଡିକୁ ଅଧ୍ୟକ୍ଷ, ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଅଧିକାର କମିଟି, ମାଲକାନଗିରିରେ ସ୍ଥାନ ଦେଇ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟିରେ ଅନୁମୋଦନ କରିବା ପାଇଁ ଦାବି କରିଛନ୍ତି।

ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ନିଜର ଦାୟିତ୍ୱ ପୂରଣ କରିବା ସହ ଆଦିବାସୀ ଙ୍କ ଅଧିକାରକୁ ଆଉ ବିଳମ୍ୱ ନ କରି ସ୍ୱୀକୃତି ଦେବା ପାଇଁ ଆଦିବାସୀ ସଙ୍ଗଠନମାନେ ଦାବି କରିଛନ୍ତି ।

Comments are closed.