ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ
ମାଲକାନଗିରି :ବଙ୍ଗଳାଦେଶର ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ କରିବା ଲାଗି ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶହ ଶହ ବଙ୍ଗୀୟ ସଂପ୍ରଦାୟର ଲୋକେ ମାଲକାନଗିରି ସହରରେ ବିଶାଳ ଶୋଭାଯାତ୍ରା କରିବା ସହ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାଲକାନଗିରି ଜିଲ୍ଲାରେ ଥିବା ପ୍ରାୟ ଦୁଇ ଲକ୍ଷ ବଙ୍ଗୀୟ ଲୋକଙ୍କ ଅନେକ ସଂପର୍କୀୟ ଏବେ ମଧ୍ୟ ବଙ୍ଗଳାଦେଶରେ ଅଛନ୍ତି। ତେଣୁ ମାଲକାନଗିରି ଜିଲ୍ଲା ବଙ୍ଗାଳୀ ସମାଜ ସେମାନଙ୍କ ଜୀବନର ସୁରକ୍ଷା ଦାବି କରିଛନ୍ତି।
ସେଲଫି ନେଇ ଜୀବନ ହାରିଲେ ଦମ୍ପତି ; ଚିଠି ଲେଖିଲେ, ଏଥିପାଇଁ କଲେ ଆତ୍ମହତ୍ୟା..
Comments are closed.