www.samajalive.in
Friday, December 5, 2025
26.1 C
Bhubaneswar

ଶେୟାର ବଜାରରୁ ରାହୁଲ ଗାନ୍ଧୀଙ୍କୁ ଜବରଦସ୍ତ ଲାଭ, ୫ ମାସରେ ୪୬.୪୯ ଲକ୍ଷ!

ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିପୋର୍ଟକୁ ନେଇ ସରକାର ଓ ସେବିକୁ ଘେରିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଶେୟାର ବଜାରରୁ ବେଶ୍‌ ଭଲ ଲାଭ କରିଛନ୍ତି। ତଥ୍ୟ ଅନୁଯାୟୀ, ଶେୟାର ବଜାରରେ ପୁଞ୍ଜି ନିବେଶରୁ ରାହୁଲଙ୍କୁ ଗତ ପାଞ୍ଚ ମାସ ମଧ୍ୟରେ ୪୬.୪୯ ଲକ୍ଷ ଟଙ୍କାର ଲାଭ ହୋଇଛି। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ ମୋଟ୍ ୪.୩୩ କୋଟି ଟଙ୍କା ନିବେଶ କରିଛନ୍ତି, ଯାହା ଅଗଷ୍ଟ ୧୨ ସୁଦ୍ଧା ୪.୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ରାହୁଲ ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ରାହୁଲ ରାୟବରେଲୀରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ବାଚନ ନାମାଙ୍କନ ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ମାର୍ଚ୍ଚ ୧୫, ୨୦୨୪ ସୁଦ୍ଧା ଶେୟାର ବଜାରରେ ତାଙ୍କ ନିବେଶର ମୂଲ୍ୟ ୪.୩୩ କୋଟି ଟଙ୍କା ଥିଲା। ଏହାର ମୂଲ୍ୟ ବର୍ତ୍ତମାନ ବୃଦ୍ଧି ପାଇ ୪.୮୦ କୋଟି ଟଙ୍କାରେ ପହଞ୍ଚିଛି। ରାହୁଲ ଏସିଆନ୍‌ ପେଣ୍ଟସ୍, ବଜାଜ ଫାଇନାନ୍ସ, ଦୀପକ ନାଇଟ୍ରେଟ୍, ଡିଭିଜ ଲ୍ୟାବ୍ସ, ଜିଏମ୍ଏମ୍ ଫଡଲର, ହିନ୍ଦୁସ୍ତାନ ୟୁନିଲିଭର, ଇନ୍‌ଫୋସିସ୍, ଆଇଟିସି, ଟିସିଏସ୍, ଟାଇଟନ୍, ଟ୍ୟୁବ୍ ଇନ୍‌ଭେଷ୍ଟମେଣ୍ଟ ଏବଂ ଏଲଟିଆଇ ମାଇଣ୍ଡଟ୍ରି ଆଦି କମ୍ପାନୀର ଶେୟାରରେ ପୁଞ୍ଜି ନିବେଶ କରିଛନ୍ତି।

- Advertisement -

ବଡ଼ ବଡ଼ କମ୍ପାନୀ ବ୍ୟତୀତ ରାହୁଲ ଗାନ୍ଧୀ କେତେକ ଛୋଟ କମ୍ପାନୀର ଶେୟାରରେ ମଧ୍ୟ ନିବେଶ କରିଛନ୍ତି। ଏଥିରେ ଭର୍ଟୋଜ୍‌ ଆଡ୍‌ଭର୍‌ଟାଇଜିଂ ଏବଂ ଭିନାଇଲ୍ କେମିକାଲ୍ ଭଳି କମ୍ପାନୀ ସାମିଲ। ତାଙ୍କ ପୋର୍ଟଫୋଲିଓରେ ୨୪ଟି ଶେୟାର ଅଛି। ଏଥିମଧ୍ୟରୁ ୪ଟି କମ୍ପାନୀ ଏଲଟିଆଇ ମାଇଣ୍ଡଟ୍ରି, ଟାଇଟନ, ଟିସିଏସ୍‌ ଏବଂ ନେସ୍‌ଲେ ଇଣ୍ଡିଆରେ ସେ କ୍ଷତି ସହିଛନ୍ତି। ସେ ପାଞ୍ଚ ମାସରେ ଭର୍ଟୋଜର ଶେୟାର ସଂଖ୍ୟା ବୃଦ୍ଧି କରିଛନ୍ତି। ପୂର୍ବରୁ ତାଙ୍କ ପାଖରେ ଏହାର କେବଳ ୨୬୦ ଶେୟାର ଥିଲା, ଯାହା ବର୍ତ୍ତମାନ ୫, ୨୦୦କୁ ବୃଦ୍ଧି ପାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories