ମାଲକାନଗିରିରେ ମାଓ କ୍ୟାମ୍ପ ଠାବ; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମା ସୁରକ୍ଷା ବାହିନୀ(ବିଏସଏଫ୍)କୁ ମିଳିଛି ଏକ ବଡ଼ ସଫଳତା। ୧୪୨ ବାଟାଲିଅନ୍‌ ବିଏସଏଫ ପକ୍ଷରୁ ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ଭେଜଙ୍ଗିୱାଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିବା ବେଳେ ସୁରକ୍ଷା ବାହିନୀ ଏହି ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି। ଏଥିରେ ରାଇଫଲ, ହ୍ୟାଣ୍ଡ ଗ୍ରେନେଟ ବୋମା, ରକେଟ ଲଞ୍ଚର ତିଆରି ସାମଗ୍ରୀ, ବିସ୍ଫୋରକ, ଦେଶୀ ବୋମା, ମାଓ ପୁସ୍ତିକା ଏବଂ ଅନେକ ମାଓ ବ୍ୟବହୃତ ସମୋଗ୍ରୀକୁ ଯବାନମାନେ ଜବତ କରିଛନ୍ତି। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓ ସଂଗଠନ ପକ୍ଷରୁ ଏହି ସାମଗ୍ରୀ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ରଖା ଯାଇଥିବା ଅନୁମାନ କରାଯାଉଛି।

Comments are closed.