ସମାଜ ଡିଜିଟାଲ ଡେସ୍କ: କୋରାପୁଟ ପରେ ମାଲକାନଗିରିରେ ବି ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ । ଏହାସହିତ ହେଡ୍ କ୍ୱାର୍ଟର୍ସ ନଛାଡିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲାପାଳଙ୍କ ଅନୁମତି ବିନା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ଏହାସହିତ ନିର୍ଦେଶନାମାକୁ ଅବମାନନା କରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି ।
Popular Categories



