ଅମ୍ବାଭୋନା: ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ଲାଗି ରହିଥିବାରୁ ବରଗଡ ଜିଲା ଅମ୍ବାଭୋନା ବ୍ଳକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ସୀମାନ୍ତ ବର୍ତ୍ତୀ ଛତିଶଗଡ ବିକ୍ରମପାଲି ନିର୍ମାଣଧିନ ପୋଲ ତଳେ ଏକ ପ୍ରଖର ଜଳସ୍ରୋତରେ କାରଟି ଭାସିଯାଇଥିବା ବେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାର ଡ୍ରାଇଭର ଜଳସ୍ରୋତରେ ଆପ୍ରାଣ ଉଦ୍ୟମରେ ପହଁରୀ କୂଳକୁ ପଳାଇ ଆସିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ନେଇଥିଲେ।
ସେହିପରି ଛତିଶଗଡ ଉପର ମୁଣ୍ଡରେ ବନ୍ୟାଜଳ ପ୍ରବାହିତ ହୋଇ ଚିଖିଲି ଓ ମହୁଲପାଲି ମହାନଦୀ ଜଳପତ୍ତନ ବୃଦ୍ଧି ଥିବାରୁ ବନ୍ୟାର ଆଶଙ୍କା କରାଯାଉଛି। ଏହି ଲଗାଣ ବର୍ଷା ଯୋଗୁଁ ଝାରପାଲି ଗ୍ରାମ ପୋଲ ଉପରେ ୬ଫୁଟ ପାଣି ପ୍ରବାହିତ ହେବାରୁ ଲୋକେ ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଛତିଶଗଡ ସୀମାନ୍ତ ଅମଲିପାଲି ବ୍ରିଜ ଉପରେ ପାଣି ପ୍ରବାହିତ ହେବାରୁ ଉଭୟ ପଟରୁ ଯାନବାହନ ଚଳାଚଳ ବନ୍ଦ ହୋଇଥିଲା ।



