www.samajalive.in
Friday, December 12, 2025
26.1 C
Bhubaneswar

ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଶିକ୍ଷକ ଗିରଫ

ମାଲକାନଗିରି : ପୁଣି ଗୁରୁଶିଷ୍ୟ ପରମ୍ପରାରେ କଳଙ୍କ ଲାଗିଲ।। ମାଲକାନଗିରି ଜିଲାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ସହ ଅଶ୍ଲିଳ ବ୍ୟବହାର କରି ଜଣେ ଶିକ୍ଷକ ମଙ୍ଗଳବାର ମାଲକାନଗିରି ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ଅଜୟ କୁମାର ଦାସ ଉକ୍ତ ବିଦ୍ୟାଳୟର ଦୁଇଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶାରିରୀକ ନିର୍ଯ୍ୟାତନା ସହ ଅଶ୍ଲିଳ ବ୍ୟବହାର କରୁଥିବା ନେଇ ଉକ୍ତ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତି କରି ସମନ୍ୱିତ ଆଦିବାସୀ ବିକାଶ ପରିଷଦର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ଘଟଣାର ତଦନ୍ତ କରିବା ସହ ଏଥିନେଇ ଘଟଣାର ସତ୍ୟାସତ୍ୟ ଜାଣିଥିଲ। ପରେ ମାଲକାନଗିରି ଥାନାରେ ଏକ ମକଦ୍ଦମା ରୁଜୁ କରିବା ପରେ ମଙ୍ଗଳବାର ପୁଲିସ ପ୍ରଧାନ ଶିକ୍ଷକ ପ୍ରଭାତ କିରଣ ଲାକ୍ରା ଓ ଅଜୟ କୁମାର ଦାସଙ୍କୁ ଥାନାକୁ ଡାକି ପଚରା ଉଚୁରା କରିଥିଲୋ ପରେ ଏହାର ପ୍ରମାଣ ମିଳିବା ପରେ ଶିକ୍ଷକ ଶ୍ରୀ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିା

ଅନ୍ୟ ପକ୍ଷରେ ଜିଲା ପିସିସି ସଭାପତି ଗୋବିନ୍ଦ ପାତ୍ର ମଙ୍ଗଳବାର ଏକ ପ୍ରେସ ବିଜ୍ଞପ୍ତିରେ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେବାଶ୍ରମ ଗୁଡିକରେ ଛାତ୍ରୀମାନେ ସୁରକ୍ଷିତ ନୁହନ୍ତି, ଏଠାରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ଓ ବିଭାଗ ନିରବଦ୍ରଷ୍ଟା ସାଜିଛିା ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ ସରକାରୀ ଡାକ୍ତରମାନେ କନ୍ୟାସ୍ର୍‍ମକୁ ବିଭିନ୍ନ ସମୟରେ ଯାଇ ସ୍ୱାସ୍ଥ୍ୟ ବିଭାଗ ନିରୀକ୍ଷଣ କରିବା କଥା ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‍ ଗଠନ କରାଯାଇ ଆବାସିକ ବିଦ୍ୟାଳୟ ଗୁଡିକର ଆଦିବାସୀ ଛାତ୍ରୀଙ୍କ ସମସ୍ୟା ବୁଝିବା ନିୟମ ଥିବା ବେଳେ ଏଭଳି କିଛି ଘଟୁନାହିାଁ କିଛିଦିନ ପୂର୍ବେ କନ୍ଧମାଳରେ ଜଣେ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଶିଶୁ ଜନ୍ମ ଏବଂ ଏହିଭଳି ବହୁ ଘଟଣା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛିା ତେଣୁ ତୁରନ୍ତ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବାପାଇଁ ସେ ଦାବି କରିଥିଲୋ

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories