ଚାକିରି କରାଇଦେବାକୁ କହି ୧୧ ଲକ୍ଷ୍ୟ ଆତ୍ମସାତ ଆଭିଯୋଗରେ ୨ ଗିରଫ
ବେଲପାହାଡ଼ : ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଜଣେ ବ୍ୟକ୍ତିଙ୍କୁ ଚାକିରି କରାଇଦେବାକୁ କହି ୧୧ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୁଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ବ୍ରଜରାଜନଗର ବାହାଦୂରପଡ଼ାର ପ୍ରଶାନ୍ତ ଦାଶ (୪୮) ଏବଂ ତାଙ୍କ ସହଯୋଗୀ ମଧ୍ୟସ୍ତୀ ବ୍ରଜରାଜନଗର ଆନ୍ତର୍ଗତ ଗଙ୍ଗାନଗର ରାମରକ୍ଷ୍ୟାପଡ଼ାର ଜୟନାଥ ରୋହିଦାଶ (୪୭) ବୋଲି ଜଣାପଡ଼ିଛି । ଏନେଇ ଠକାମିର ଶିକାର ହୋଇଥିବା ଗୁମାଡେରା ଚର୍ଚ୍ଚପଡ଼ାରେ ରହୁଥିବା ପ୍ରଦୀପ ଚନ୍ଦ୍ର ଭୋଇ ବେଲପାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।