www.samajalive.in
Friday, December 12, 2025
19.1 C
Bhubaneswar

ସାତଦଫା ଦାବି ପୂରଣ ନେଇ ମାଲକାନଗିରି କଲେଜରେ ଆନ୍ଦୋଳନ

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମାରେ ମଙ୍ଗଳବାର ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଇଛିା ଛାତ୍ର ସଂସଦ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନେ ସାତଦଫା ଦାବି ନେଇ ଆନ୍ଦୋଳନ କରି କଲେଜର ଫାଟକରେ ତାଲା ପକାଇଥିଲେ। ତୁରନ୍ତ ମାଲକାନଗିରିର ଏହି ପୂର୍ବତନ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା, ଯୁକ୍ତଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଫିସ୍ ଦର କମାଇବା, କଲେଜ ପରିସର ମଧ୍ୟରେ ବିଭିନ୍ନ ଖାଲ ଖମାର ହୋଇ ଥିବାରୁ ଏଠାରେ ମାଟି ପକାଇ କଲେଜ ପରିବେଶକୁ ଉନ୍ନତ କରିବା, ନୂତନ ପାଠାଗାର ଖୋଲିବା, ବାର୍ଷିକ ସପ୍ତାହ ଏବଂ ବାର୍ଷିକ ଉତ୍ସବ ପାଳନ କରିବା କଲେଜରେ ନୂତନ ଭାବେ ଏକ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଭଳି ଦାବି ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ କଲେଜରେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ଛାତ୍ର ସଂସଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ପ୍ରଦୀପ ଦଳପତି, ରଶ୍ମିରଂଜନ ରାଉତ, ମନିଷ ଚଲାଣ, ସୋନାଲି ଖରା, ସୁରଜିତ ଟୁଡୁ ପ୍ରମୁଖ ଯୋଗ ଦେଇଥିଲୋ

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories