www.samajalive.in
Friday, December 12, 2025
17.1 C
Bhubaneswar

ଆନ୍ଧ୍ର ଓଡିଶା ଅପରେସନ ସମାଧାନ ବନ୍ଦ ନକଲେ ଆନ୍ଦୋଳନ ତୀବ୍ରତର କରାଯିବ : ମାଓନେତା ଜଗବନ୍ଧୁ

ମାଲକାନଗିରି : ଆନ୍ଧ୍ର ଓଡିଶା ଜୋନାଲ କମିଟିର ପ୍ରବକ୍ତା ଜଗବନ୍ଧୁ ସମାଜକୁ ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ର ସରକାର ବିପ୍ଲବୀ ଆନ୍ଦୋଳନକୁ ଦମନ କରିବାକୁ ସମାଧାନ ନାମରେ ରାଜନୈତିକ ଆକ୍ରମଣକୁ ବନ୍ଦ ନକଲେ ଆଗାମୀ ଦିନରେ ଲାଲ ବାହିନୀର ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତିା ସାମ୍ରାଜ୍ୟବାଦ ଦଲାଲ ଓ ଅମଲାତାନ୍ତ୍ରିକ ପୁଞ୍ଜିପତି ସାମନ୍ତବାଦୀଙ୍କ ସ୍ୱ।ର୍ଥକୁ ରକ୍ଷା କରିବା ସହ କ୍ଷମତା ପ୍ରତିଷ୍ଠା କରିବା ଲାଗି ଜନତାଙ୍କ ଉପରେ ଚାଲୁଥିବା ଯୁଦ୍ଧକୁ ସମାଧାନ ନାମରେ ଆକ୍ରମଣ କରୁଛନ୍ତି ସରକାରା କାଶ୍ମୀର, ଆସାମ, ନାଗାଲାଣ୍ଡ ମଣିପୁର ଆଦି ମୁକ୍ତି ଆନ୍ଦୋଳନ ଉପେର ଭାରତ ଶାସକ ବର୍ଗ ଚଲାଇଥିବା ମାରଣାତ୍ମକ ଆକ୍ରମଣକୁ ନିନ୍ଦା କରିବା ସହ ଜାତି ଗୁଡିକ ନ୍ୟାୟଚିତ ଆନ୍ଦୋଳନକୁ ସମର୍ଥନ କରୁଥିବା ନେଇ ସୂଚନା ଦେଇଛନ୍ତିା ସେହିଭଳି ବିପ୍ଲବି ଆନ୍ଦୋଳନ ଅଞ୍ଚଳରେ ମହିଳା ମାନଙ୍କ ଉପରେ ଶୋଷିତ ସାମାଜିକ ଗୋଷ୍ଠୀଙ୍କ ଆକ୍ରମଣକୁ ନିନ୍ଦା କରିବା ସହ ଜନତାଙ୍କ ଉପରେ ମିଥ୍ୟା ଗିରଫ ଓ ଫମ୍ପା ଆତ୍ମ ସମର୍ପଣକୁ ବିଜେଡି ଟିଡିପି ନେତା ମାନଙ୍କ ହୀନ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତିା ସମାଧାନ ନାମରେ ଭ।ରତ ଜନତାଙ୍କ ଉପରେ ଚାଲୁଥିବା ବିରୋଧ କରି ଜାନୁଆରୀ ୨୫ ଠାରୁ ୩୧ ପର୍ଯ୍ୟନ୍ତ ପ୍ରତିବାଦ ଦିବସ ପାଳନ କରିବା ସହ ଆଗାମୀ ୩୧ ତାରିଖରେ ଭାରତ ବନ୍ଦକୁ ସଫଳ କରିବାକୁ ଜଗବନ୍ଧୁ ଆହ୍ୱାନ ଦେଇଛନ୍ତିା ସବୁ ଅଞ୍ଚଳର ଲୋକମାନେ କିଭଳି ବନ୍ଦକୁ ସଫଳ କରିବେ ଏବଂ ଜନତା ବିରୋଧୀ ରାଜତନ୍ତ୍ରର ମୌଳିକ ଅଧିକାରକୁ ହାସଲ କରିବା ପାଇଁ ସମର୍ଥନ ଜଣାଇବେ ବୋଲି ସେ ପ୍ରେସ୍‍ ବି ଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତିା

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories