www.samajalive.in
Saturday, December 6, 2025
14.1 C
Bhubaneswar

ମାଲକାନଗିରି ଜିଲ୍ଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ

ମାଲକାନଗିରି : ବହୁ ଚର୍ଚିତ ମାଲକାନଗିରି ଜିଲ୍ଲା ବିମାନ ବନ୍ଦର କାର୍ଯ୍ୟ  ଶୁଭାରମ୍ଭ ହୋଇଛିା ବିଗତ କିଛିବର୍ଷ ଧରି ଏହି ଅଂଚଳର ଜମି ଅଧିଗ୍ରହଣ ଚାଲୁଥିବା ବେଳେ କଟେଲିଗୁଡା ଗ୍ରାମକୁ ସ୍ଥାନାନ୍ତର କରିବାର କାର୍ଯ୍ୟରେ ଜାରି ରହିଥିଲ।। ବର୍ତମାନ ଜମି ଅଧିଗ୍ରହଣ ସମାପ୍ତ ହୋଇଥିବା ବେଳେ କଟେଲିଗୁଡା ଗ୍ରାମ ସ୍ଥାନାନ୍ତର ନିମନ୍ତେ ସମସ୍ତ ବ୍ୟବସ୍ଥା ସମ୍ପନ୍ନ ହୋଇଛିା ଆଗାମୀ କିଛିଦିନ ମଧ୍ୟରେ ଏହି ଗ୍ରାମବାସୀ ସ୍ଥାନାନ୍ତର ହୋଇ ନୂତନ ସ୍ଥାନକୁ ଆସିବେ ବୋଲି ଜଣାପଡିଛିା
ଏହି ବିମାନ ବନ୍ଦର ବାବଦରେ ସମୁଦାୟ ୩୩ କୋଟି ୫୦ ଲ କ୍ଷ ଟଙ୍କା ବ୍ୟୟ ବରାଦ ହୋଇଛିା ଏହି ଟଙ୍କାରେ ମାଟି ସମତଳ, ପାହାଡ କଟିଙ୍ଗ, ବାଚ୍ ଟାବାର, ରନ ବେ ତଥା ବିମାନ ବନ୍ଦର ନିମନ୍ତେ ଅନ୍ୟାନ୍ୟ କାର୍ଯ୍ୟ କରାଯିବାର ବ୍ୟବସ୍ଥା ରହିଛିା  ଏହି କା ର୍ଯ୍ୟ ଆରମ୍ଭ ହେବାରୁ ଅଂଚଳରେ ଖୁସିର ଲହରି ଖେଳି ଯାଇଛିା  ଏହି ବିମାନ ବନ୍ଦର ପଡିଆରେ ପୁଜାର୍ଚନା କରା ଯାଇ କାର୍ଯ୍ୟ ଆରମ୍ଭ କରା ଯାଇଥିଲ।। ଏହି ଅବସରରେ ଗୌଡଗୁଡା ଗ୍ରାମ ପଂଚାୟତ ସରପଂଚ ପାଣ୍ଡ୍ରି ପଡିଆମି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଲେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମାଲକାନଗିରି ତହସିଲଦାର ରାଖାଲ ଚନ୍ଦ୍ର ପରିଡା, ପୁର୍ତ ବିଭାଗ ନିର୍ବାହୀ  ଯନ୍ତ୍ରୀ ନିହାର ରଂଜନ ବେହେରା, ଅତିରିକ୍ତ ନିର୍ବାହୀ  ଯନ୍ତ୍ରୀ ଅଭିଷେକ ସେଠି, କନିଷ୍ଠ ଯନ୍ତ୍ରୀ ସାନ୍ତନୁ କୁମାର ବେହେରା ତଥା ମାଲକାନଗିରି ବ୍ଲକ ସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଓ କନିଷ୍ଠ ଅଧିକାରୀ ମାନଙ୍କ ସହ ଶତାଧୀକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୋ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories