www.samajalive.in
Friday, December 5, 2025
20.1 C
Bhubaneswar

ବୌଦ୍ଧ ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି

ବୌଦ୍ଧ  : ଆସନ୍ତା ଅକ୍ଟୋବର ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ବୌଦ୍ଧ ଜିଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ନନ୍ଦନବନଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାରେ କ୍ରିଡାର ବିକାଶ ପାଇଁ ରହିଥିବା ଉଲ୍ଲେଖନୀୟ ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ଫୁଟବଲ ଫର ଅଲ ନାରା ଦେଇଥିଲେ। ପାଠ ସହିତ ଖେଳକୁ ଆପଣାଇଲେ ଜୀବନ ସଂପୁର୍ଣ୍ଣ ହୋଇପାରିବ ସେଥିପାଇଁ ଦିନକୁ ଦୁଇ ଘଣ୍ଟା ଖେଳିବା ଆବଶ୍ୟକ ବୋଲି ସାଂସଦ ଡଃ. ସାମନ୍ତ ପ୍ରକାଶ କରିଥିଲେ।
ରାଜ୍ୟରେ ଫୁଟବଲ ଖେଳର ବିକାଶ ପାଇଁ ୪ ହଜାର ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ଫୁଟବଲ ଯୋଗେଇ ଦେଇଛନ୍ତି ବୋଲି ସାଂସଦ ଡଃ.ସାମନ୍ତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଜିଲାର କ୍ରିଡାର ବଳିଷ୍ଠ ଭିତିଭୂମି ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଜିଲାପାଳ ସତ୍ୟ ରଞ୍ଜନ ସାହୁ କଠିନ ଅଧ୍ୟବସାୟ ହିଁ ସଫଳତା ଆଣିଦିଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବା ସହ ଏ ଦିଗରେ ଶାରିରୀକ ଶିକ୍ଷା ଶିକ୍ଷକମାନଙ୍କ ଏକ ବଳିଷ୍ଠ ଗୁରୁଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ।
କ୍ରିଡା କ୍ଷେତ୍ରରେ ବୌଦ୍ଧଜିଲା ରାଜ୍ୟରେ କିପରି ଅଗ୍ରଣୀ ଭୂମିକା ନେଇପାରିବ ସେଥି ନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସାଧୁଚରଣ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ , ସାଂସଦ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ହରଭଙ୍ଗା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟାମନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ମଥୁରା ସରପଞ୍ଚ ପ୍ରଦିପ କଅଁର ଓ ବୀରନରସିଂହପୁର ସରପଞ୍ଚ ଚନ୍ଦନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା ପ୍ରାରମ୍ଭିକ ବିବରଣୀ ଉପସ୍ଥାପନ କରିଥିଲେ। ଜିଲାର ୭୬ ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶାରିରୀକ ଶିକ୍ଷା ଶିକ୍ଷକ ମୁଖ୍ୟଅତିଥି ତଥା ଅନ୍ୟାନ୍ୟ ଅତିଥିମାନଙ୍କଠାରୁ ଫୁଟବଲ,ଜର୍ସି ଓ ଜୋତା ଗ୍ରହଣ କରିଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories