www.samajalive.in
Saturday, December 6, 2025
17.1 C
Bhubaneswar

ହିଜାବ ବିବାଦ: ଭିନ୍ନ ମତ ରଖିଲେ ସର୍ବୋଚ୍ଚ କୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ହିଜାବ ବିବାଦକୁ ନେଇ ଭିନ୍ନ ମତ ରଖିଲେ ସର୍ବୋଚ୍ଚ କୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟଙ୍କ ୨ଜଣିଆ ଖଣ୍ଡ ଅଜି ଭିନ୍ନ ମତ ରଖିଛନ୍ତି । ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ହେମନ୍ତ ଗୁପ୍ତା ଏହି ନିଷ୍ପତ୍ତିକୁ ୨ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ଉପରେ ଛାଡ଼ିଛନ୍ତି । ବୃହତ ଖଣ୍ଡପୀଠରେ ଏନେଇ ପରବର୍ତ୍ତୀ ଶୁଣାଣି କରାଯିବ । ଖଣ୍ଡପୀଠର କେତେଜଣ ବିଚାରପତି ରହିବେ ସେନେଇ ପ୍ରଧାନ ବିଚାରପତି ସ୍ଥିର କରିବେ ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ନିଷେଧ ବିରୋଧକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହି ମାମଲା ଉପରେ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି ପୃଥକ ପୃଥକ ବିଚାର କରିଛନ୍ତି । ଯେଉଁଥିପାଇଁ ଏହି ମାମଲା ଏକ ବଡ଼ ବେଞ୍ଚକୁ ପଠାଯାଇଛି । ଯେଉଁଠାରେ ଜଷ୍ଟିସ ହେମନ୍ତ ଗୁପ୍ତା ହିଜାବ ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି ।

- Advertisement -

ଏଥି ସହ ଜଷ୍ଟିସ ସୁଦର୍ଶନ ଧୁଲିଆ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିଷେଧାଦେଶ ଜାରି କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଖଣ୍ଡନ କରିଛନ୍ତି । ଜଷ୍ଟିସ ହେମନ୍ତ ଗୁପ୍ତା କହିଛନ୍ତି ଯେ ଏହି ମାମଲାରେ ଆମର ମତ ଅଲଗା ରହିଛି । ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories