www.samajalive.in
Sunday, November 16, 2025
15.1 C
Bhubaneswar

ସ୍ପାଇସଜେଟ୍‌ ବିମାନର ହାଇଦ୍ରାବାଦରେ ଜରୁରୀ ଅବତରଣ; ତଦନ୍ତ ଜାରି

ନୂଆଦିଲ୍ଲୀ: ଗୋଆରୁ ଆସୁଥିବା ସ୍ପାଇସଜେଟ୍‌ର ଏକ ବିମାନ ବୁଧବାର ରାତିରେ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଡିଜିସିଏ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ, ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବୁଧବାର ବିଳମ୍ବିତ ରାତିରେ ବିମାନର ଜରୁରୀ ଅବତରଣ କରାଯାଇଥିଲା।

ଡିଜିସିଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନଟି ସୁରକ୍ଷିତ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ପ୍ରସ୍ଥାନ ପଟେ ବାହାର କରାଯାଇଥିଲା। ଏହି ସମୟରେ ଜଣେ ଯାତ୍ରୀଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା। ହାଇଦ୍ରାବାଦ ବିମାନବନ୍ଦର ଅଧିକାରୀଙ୍କ କହିବାନୁଯାୟୀ, Q400 ବିମାନ VT-SQBରେ ୮୦ ଜଣ ଯାତ୍ରୀ ଥିଲେ। ଏହି ଘଟଣା ରାତି ପ୍ରାୟ ୧୧ଟା ସମୟରେ ଘଟିଥିଲା। ସ୍ପାଇସଜେଟ୍‌ର ଏହି ବିମାନ ଗୋଆରୁ ରାତି ୯ଟା ୫୫ ସମୟରେ ଉଡ଼ାଣ ଭରିଥିଲା ଓ ରାତି ୧୧ଟା ୩୦ ସମୟରେ ହାଇଦ୍ରାବାଦରେ ଅବତରଣ କରିବାର ଥିଲା। କିନ୍ତୁ ଏହାର ଠିକ୍ ପୂର୍ବରୁ ପାଇଲଟ୍ କକ୍‌ପିଟ୍‌ରେ ଧୂଆଁ ଦେଖିଥିଲେ।

- Advertisement -

ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ​​ଏବଂ ଧୂଆଁ ଯୋଗୁଁ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଜରୁରୀକାଳୀନ ଅବତରଣ ଯୋଗୁ ୯ଟି ବିମାନକୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବାକୁ ପଡିଲା। ସେଥିମଧ୍ୟରୁ ୬ଟି ଘରୋଇ ବିମାନ, ଦୁଇଟି ଅନ୍ତର୍ଜାତୀୟ ବିମାନ ଏବଂ ଗୋଟିଏ କାର୍ଗୋ ବିମାନକୁ ଡାଇଭର୍ଟ କରାଯାଇଥିଲା।

 

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories