ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ଓ ଦେଶରେ ଦିନେ ସଂକ୍ରମଣ ବୃଦ୍ଧି ହେଲେ ଦିନେ ହ୍ରାସ ହେଉଥିବା ଦେଖାଯାଇଛି। ଦେଶରେ ଦିନରେ ଆଉ ୨ହଜାର ୭୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୨୧,୩୧୯କୁ ବୃଦ୍ଧି ପାଇଛି। ଆଉ ୨,୫୫୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୪୦,୬୫,୯୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୮,୮୪୭ରେ ପହଞ୍ଚିଛି। ମୃତ୍ୟୁ ହାର ୧.୧୯%। ୨୬,୫୦୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୦୬%।
ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦, ସଙ୍ଗରୋଧରୁ ୪୬, ସ୍ଥାନୀୟ ୩୧। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୨୩୦କୁ ବୃଦ୍ଧି ପାଇଛି। ୧୩,୨୫,୩୮୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୯୭ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
୧୭ ଜିଲା ଓ ଷ୍ଟେଟ ପୁଲରୁୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨, ବରଗଡ ୧, ବଲାଙ୍ଗୀର ୧, କଟକ ୮, ଦେଓଗଡ ୧, ଜଗତସିଂହପୁର ୫, ଯାଜପୁର ୨, ଝାରସୁଗୁଡା ୨, କଳାହାଣ୍ଡି ୨, ଖୋର୍ଦ୍ଧା ୭, କୋରାପୁଟ ୨, ନବରଙ୍ଗପୁର ୬, ନୟାଗଡ ୨, ନୂଆପଡା ୨, ପୁରୀ ୪, ସମ୍ବଲପୁର ୯, ସୁନ୍ଦରଗଡ ୨୦ ଓ ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶରେ ୨,୭୮୦ ଓ ରାଜ୍ୟରେ ୭୭ ନୂଆ କରୋନା ଆକ୍ରାନ୍ତ
Popular Categories



