www.samajalive.in
Saturday, December 6, 2025
16.1 C
Bhubaneswar

ପାହାଡ ଉପରେ ଗାଁ ; ନ।ହିଁ ରାସ୍ତା ,ଡାଲାରେ ବୁହା ହେଲେ ରୋଗୀ

ମାଲକାନଗିରି :  ପାହାଡ ଉପରେ ଗାଁ ,ଉପଯୁକ୍ତ ରାସ୍ତା ନଥିବା ଯୋଗୁଁ ଗ୍ରାମକୁ ପହଞ୍ଚିଲାନି ଆମ୍ବୁଲାନ୍ସ । କ।ଉଡିରେ ବୁହା ହେଲେ ରୋଗୀ । ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ସ୍ଥିତ ରାସବେଡା ପଞ୍ଚାୟତର ତାଗବେଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ ଏହି ଗ୍ରାମଟି ପାହାଡ ଉପରେ ରହିଥିବା ବେଳେ ଲୋକେ ପାହାଡ ଉପର ପ।ଦ ଚଲା ରାସ୍ତା ଦେଇ ଚାଲି ଚାଲି ଯାତାୟତ କରନ୍ତି । ବର୍ଷା ଦିନ ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଗ୍ରାମର ସମରା ଶିଶା ରୋଗାକ୍ରାନ୍ତ ହୋଇ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ସ୍ଥାନୀୟ ଆଶା କର୍ମୀଙ୍କୁ ଖବର ଦେବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଘାଟି ଉପରକୁ ଯାଇପାରିଲା ନାହିଁ । ଫଳରେ ସମ୍ପୃକ୍ତ ରୋଗୀଙ୍କୁ ଏକ ଡାଲରେ କ।ଉଡି କରି ପ୍ରାୟ ତିନି କିଲୋମିଟରରୁ ଉର୍ଦ୍ଧ୍ବ ବାଟ ଚାଲି ଚାଲି ରୋଗୀକୁ ପରିବାର ଲୋକେ ମୁଖ୍ୟ ରାସ୍ତା ପର୍ୟ୍ୟନ୍ତ ବୋହି ଆଣିଥିଲେ । ସାଙ୍ଗରେ ପରିବାର ଲୋକେ ମଧ୍ୟ ଚାଲି ଚାଲି ଆସିଥିଲେ । ଆମ୍ବୁଲାନ୍ସ ମୁଖ୍ୟ ରାସ୍ତାରେ ରୋଗୀଙ୍କୁ ଅପେକ୍ଷା କରିଥିଲା ।  ସେଠାରୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ଅଣ। ଯାଇଥିଲା । ଏହି ଗ୍ରାମବାସୀ କେବଳ ରୋଗୀଙ୍କୁ ନେବା କିମ୍ବା ଆଣିବାରେ କଷ୍ଟ ଉଠାଉ ନାହାନ୍ତି ବରଂ ପଞ୍ଚାୟତ ସଦର ମହକୁମାକୁ ଯାତାୟତ କରିବା ତଥା ଭତ୍ତା ଏବଂ ର।ସନ ସାମଗ୍ରୀ ଆଣିବା ନିମନ୍ତେ ନ।ହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ପ୍ରସୃତି ଓ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ନେବା ସବୁଠାରୁ ବିପଦପୂର୍ଣ୍ଣ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତୁରନ୍ତ ତାଗବେଡା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରାଯିବ। ନିମନ୍ତେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏ ସମ୍ପର୍କରେ ଖଇରିପୁଟ ବି ଡି ଓ ହୃଦରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପ।ରି ନ।ହିଁ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories