www.samajalive.in
Saturday, December 6, 2025
16.1 C
Bhubaneswar

ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ; ୩ ଯୁବକ ପାଇଛନ୍ତି ଓ.ଏ.ଏସ 

ମାଲକାନଗିରି : ମାଲକାନଗିରି ଜିଲ୍ଲାର ୩ ଜଣ ଯୁବକ ପାଇଛନ୍ତି ଓ ଏ ଏସ । ସେଥି ମାଧ୍ୟରୁ ଦୁଇ ଜଣ ମାଲକାନଗିରି ସଦର ବ୍ଲକର ହୋଇ ଥିବା ବେଳେ ଜଣେ ପଡିଆ ବ୍ଲକ୍ ର ବୋଲି ଜଣ।ପଡିଛି । ସେମାନେ ହେଲେ ମାଲକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷାଅଧିକାରୀ ରବିନ୍ଦ୍ର କୁମାର ମହାରଣାଙ୍କ ଜ୍ୟୋଷ୍ଠ ପୁତ୍ର ଦେବବ୍ରତ ମହାରଣା ,ତମସ। ଗ୍ରାମ ପଞ୍ଚାଯତର ଏମ ଭି ୭ ଗ୍ରାମର ଦେବାଶିଷ ବିଶ୍ବାସ ,ପଡିଆ ବ୍ଲକ ଅନ୍ତର୍ଗତ ଏମ ପି ଭି ୬୬ ଗ୍ରାମର ସୁମନ ସରକାର ବୋଲି ଜଣ।ପଡିଛି । ଦେବବ୍ରତ ଗତ ବର୍ଷ ଓ.ଏ.ଏସ ପରିକ୍ଷା ଦେଇଥିଲେ ମଧ୍ୟ ୩୮ ରେଙ୍କ ପାଇଥିବା ବେଳେ ସେ ସାଧାରଣ ବର୍ଗ ହୋଇଥିବାରୁ ତାଙ୍କୁ ଓ.ଆର.ଏସ୍ ରେ ନିଯୁକ୍ତି ଦିଆଯାଇଥିଲା । ସେ ଭବାନିପାଟଣା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ୟ୍ୟ କରୁଛନ୍ତି । କଠିନ ପରିଶ୍ରମ କରି ଆଜି ସେ ଓ.ଏ.ଏସ ପାଇଛନ୍ତି। ସେହିପରି ଅନ୍ୟ ଦୁଇଜଣ ବଙ୍ଗୀୟ ଯୁବକ କଠିନ ପରିଶ୍ରମ କରି ଓଏଏସ ପାଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ପଛୁଆ ଜିଲ୍ଲାର ଏହି ତିନି ଯୁବକଙ୍କ ସଫଳତା ପିତା ମାତା ଏବଂ ଜିଲ୍ଲାବାସୀ ଗର୍ବିତ ହୋଇଛନ୍ତି । ଏବଂ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories